Latest Odisha News

ଉତ୍ତର ଭାରତରେ ବନ୍ୟା ବିତ୍ପାତ; ମୃତ୍ୟୁ ସଂଖ୍ୟା ୯୦ ଛୁଇଁଲା

ସିମଲା: ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଭୟଙ୍କର ସ୍ଥିତି । ଯୁଆଡେ ଚାହିଁବ ସିଆଡେ ପ୍ରକୃତିର ତାଣ୍ଡବ । ଉପରୁ ବର୍ଷୁଛି ବର୍ଷା । ତଳେ ଭସାଉଛି ବନ୍ୟା । ତା ସାଙ୍ଗକୁ ଭୂସ୍ଖଳନ । ଘର, କୋଠା, ଗାଡି, ବ୍ରିଜ ସବୁ ଉଜାଡି ଦେଲାଣି ଏ ବର୍ଷା । ତଥାପି ଥମିବାର ନାଁ ନାହିଁ । କେବେ ଏ ବିତ୍ପତ୍ତିରୁ ତ୍ରାହି ମିଳିବ ଜାଣିପାରୁ ନାହାନ୍ତି ହିମାଚଳପ୍ରଦେଶବାସୀ ।

ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଗତ ସପ୍ତାହରୁ ଲାଗି ରହିଛି ବର୍ଷା । ପାହାଡ ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି ।   ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଏକାଧିକ ନଦୀରେ ବନ୍ୟ ସ୍ଥିତି ଦେଖିବାକୁ ମିଳିଛି ।  ଅନେକ  ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ   ପାହାଡ ଧସିବା ବା ଭୟଙ୍କର ଭୂସ୍ଖଳନର ଖବର  ସାମ୍ନାକୁ ଆସିଛି । ଇତି ମଧ୍ୟରେ ୯୦ଜଣଙ୍କ ଜୀବନ ଯାଇଥିବାବେଳେ  ମାତ୍ର ଚାରିଦିନରେ ୩୯ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ହିମାଚଳ ପ୍ରଦେଶରେ ଆସନ୍ତା ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ଥିବା କହିଛି ଆଇଏମଡି । ତେବେ ୧୮ ତାରିଖ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନ ଥିବା ଅନୁମାନ କରିଛି ପାଣିପାଗ ବିଭାଗ । ୧୪ ତାରିଖ ପାଇଁ ୟେଲୋ ଓ ୧୫ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର୍ ସିଂଙ୍କ କହିବା ଅନୁସାରେ, ବୁଧବାର ପ୍ରାୟ ୫୦ହଜାର ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ପରିସ୍ଥିତିର ମୁକାବିଲା କରିବା ପାଇଁ  ସବୁ ବିଭାଗକୁ ଆଲର୍ଟ କରାଯାଇଛି । ସମସ୍ତଙ୍କ ଛୁଟି ବାତିଲ କରିବା ସହ ୨୪ଘଣ୍ଟା କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି  ମୁଖ୍ୟମନ୍ତ୍ରୀ  ।

Comments are closed.