Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଏଏସଆଇ; ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡିଲା ମହିଳା ପୋଲିସ ଅଧିକାରୀ । ଲାଞ୍ଚ ଟଙ୍କା ସହ ରେଡ ହାଣ୍ଡରେ ଧରାପଡିଛନ୍ତି ସହିଦ ନଗର ଥାନା ଏଏସଆଇ ମମତା ବସ୍ତଆ । ୧୫ ତହାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଛି ଭିଜିଲାନ୍ସ  ।

ଏକ ମାମଲାରେ ସହଯୋଗ କରିବା ପାଇଁ  ସହିଦ ନାଗର ଥାନା  ଏଏସଆଇ ମମତା ବସ୍ତିଆ ଜଣେ ଏତଲାକାରୀଙ୍କଠାରୁ ୧୫ ହଜାର ଲାଞ୍ଚ ନେଉଥିଲେ  ।  ଏହି ମାମଲାର ତଦନ୍ତ ନିଜେ ମମତା ବସ୍ତିଆ କରୁଥିଲେ ।  ଭିଜିଲାନ୍ସ ମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ASI ବସ୍ତିଆଙ୍କ ଦୁଇଟି ଘରେ ଚଢ଼ାଉ କରିଛି ।

ଏଏସଆଇଙ୍କ ବିରୋଧରେ ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି । ଏ ନେଇ ତଦନ୍ତ ଜାରି ରହିଛି । ତଦନ୍ତ ପରେ ସବିଶେଷ ବିବରଣୀ ସାମ୍ନାକୁ ଆସିବ ।

Leave A Reply

Your email address will not be published.