Latest Odisha News

BREAKING NEWS

ଛତିଶଗଡ଼ କୋଇଲା ଦୁର୍ନୀତି ମାମଲା: ପୂର୍ବତନ କଂଗ୍ରେସ ସାଂସଦଙ୍କ ସମେତ ୫ ଜଣ ଦୋଷୀ ସାବ୍ୟସ୍ତ

ଛତିଶଗଡ଼: ରାଜ୍ୟ କଂଗ୍ରେସକୁ ବଡ଼ ଝଟକା। ଛତିଶଗଡରେ କୋଲ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ରାଜ୍ୟସଭା ସାଂସଦ ବିଜୟ ଦର୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଉଜ ଏଭିନ୍ୟୁ କୋର୍ଟ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଇପିସି ଧାରା ୧୨୦(ଖ), ୪୨୦ ଏବଂ ଦୁର୍ନୀତି ସହ ଜଡିତ ଅନୁଯାୟୀ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଜୁଲାଇ ୧୮ ରେ ରାଉଜ ଏଭିନ୍ୟୁ କୋର୍ଟରେ ଦଣ୍ଡାଦେଶ ଉପରେ ଶୁଣାଣି ହେବ। ରାଉଜ୍ ଏଭିନ୍ୟୁ କୋର୍ଟ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଡା, ପୂର୍ବତନ କୋଇଲା ସଚିବ ଏଚ୍.ସି ଗୁପ୍ତା, ଦୁଇ ବରିଷ୍ଠ ଅଧିକାରୀ କେ.ଏସ୍ କ୍ରୋଫା, କେସି ସାମରିୟା ଏବଂ କମ୍ପାନୀ ମେକର୍ସ ଜେଏଲଡି ୟବତମାଲ ଏନର୍ଜୀ ପ୍ରାଇଭେଟ ଲିମିଟେଡ, ଏହାର ନିର୍ଦ୍ଦେଶକ ମନୋଜ କୁମାର ଜୟସୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୂଚନା ଥାଉକି ଛତିଶଗଡର କୋଇଲା ଦୁର୍ନୀତି ମାମଲାରେ ବଡ ବଡିଆ ବ୍ୟକ୍ତିଙ୍କ ନାମ ଜଡିତ। ଏହି ମାମଲାରେ ରାଜନୈତିକ ଦଳର ବହୁ ବ୍ୟକ୍ତି ରାୟପୁର ଜେଲରେ ଅଛନ୍ତି। ଯେଉଁଥିରେ ଆଇଏଏସ୍ ଅଧିକାରୀ ସମୀର ବିଷ୍ଣୁ, ମୁଖ୍ୟମନ୍ତ୍ରୀଙ୍କ ଡେପୁଟି ସେକ୍ରେଟେରୀ ସୌମ୍ୟ ଚୌରାସିଆ, କୋଇଲା ଘୋଟାଲାରେ ସିଣ୍ଡିକେଟ୍ ଭାବରେ କାର୍ଯ୍ୟ କରୁଥିବା ସୂର୍ଯ୍ୟକାନ୍ତ ତିୱାରୀ ଏବଂ ସୁନୀଲ ଅଗ୍ରୱାଲଙ୍କ ଭଳି ବଡ଼ ବଡ଼ ନେତାଙ୍କ ନାମ ସାମିଲ ଅଛି। ଏଥି ସହିତ, ପୂର୍ବତନ ଆଇଏଏସ୍ ରାନୁ ସାହୁଙ୍କ ସମେତ ଅନେକ ଲୋକ ଏହି ପ୍ରସଙ୍ଗରେ ଇଡି ଦ୍ୱାରା ପଚରାଉଚରା ପ୍ରକ୍ରିୟାରେ ସାମିଲ ଅଛନ୍ତି। ଏହି ସମସ୍ତ ବ୍ୟକ୍ତି କୋଇଲା ଦୁର୍ନୀତି ମାମଲାରେ ଜଡିତ ଥିବା ଆଜି ଦିଲ୍ଲୀର ଇଡି କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି।

Leave A Reply

Your email address will not be published.