ଭୁବନେଶ୍ୱର: କରୋନା ମୃତ୍ୟୁରେ ରୋକ୍ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୧୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏଥିସହ ମୃତ୍ୟୁସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି । ଅନୁଗୁଳ ଓ ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।
Regret to inform the demise of seventeen numbers of Covid positive patients while under treatment in hospitals.
1.A 75 years old female of Angul district.
2.A 89 years old male of Angul district.
3.A 56 years old male of Angul district.
— H & FW Dept Odisha (@HFWOdisha) May 12, 2021
ଅନୁଗୁଳରେ ଜଣେ ୭୫ ବର୍ଷିଅ ମହିଳାଙ୍କ ସହ ୮୯ ବର୍ଷିଅ ପୁରୁଷ ଓ ୫୬ ବର୍ଷିଅ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିଭଳି ବାଲେଶ୍ୱରରେ ୩୮ ବର୍ଷିଅ ପୁରୁଷ କରୋନାରେ ପ୍ରାଣ ହରାଇଛନ୍ତି । ବୌଦ୍ଧରୁ ୪୫ ବର୍ଷିଅ ପୁରୁଷ, ଭୁବନେଶ୍ୱରରେ ୭୬ ବର୍ଷିଅ ପୁରୁଷ ଏବଂ ୫୮ ବର୍ଷିଅ ମହିଳାଙ୍କ ମୃତ୍ୟୁ ହୋଇଛି ।
8.A 42 years old male of Dhenkanal district.
9.A 62 years old male of Ganjam district who was also suffering from Diabetes Mellitus & Hypertension.
10.A 54 years old male of Kalahandi district who was also suffering from Diabetes Mellitus.
— H & FW Dept Odisha (@HFWOdisha) May 12, 2021
ସେହିଭଳି ଢେଙ୍କାନାଳ ଜିଲ୍ଲାରେ ଜଣେ ୪୨ ବର୍ଷିଅ ପୁରୁଷ ପ୍ରାଣ ହରାଇଥିବା ବେଳେ ଗଞ୍ଜାମର ୬୨ ବର୍ଷିଅ ପୁରୁଷଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିରେ ୫୪ ଓ ୩୩ ବର୍ଷିଅ ୨ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାର ୫୫ ବର୍ଷିଅ ମହିଳା ଆଖି ବୁଜିଛନ୍ତି ।
15.A 63 years old male of Puri district.
16.A 34 years old male of Sundargarh district.
17.A 62 years old male of Sundargarh district.
— H & FW Dept Odisha (@HFWOdisha) May 12, 2021
ନୂଆପଡ଼ାରେ ଜଣେ ୬୧ ବର୍ଷିଅ ପୁରୁଷ ଓ ଜଣେ ୪୮ ବର୍ଷି ମହିଳାଙ୍କ ମୃତ୍ୟୁ ହୋଇଛି । ପୁରୀରେ ୬୩ ବର୍ଷିଅ ପୁରୁଷ କୋଭିଡରେ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ରେ ୩୪ ଓ ୬୨ ବର୍ଷିଅ ୨ ଜଣ ପୁରୁଷଙ୍କ ଜୀବନ ନେଇଛି ମହାମାରୀ କରୋନା ।
Comments are closed.