Latest Odisha News

BREAKING NEWS

ଟେଷ୍ଟିଂ ବୃଦ୍ଧି ପରେ ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, ରାଜ୍ୟରୁ ଆଉ ୧୦, ୯୮୨ ପଜିଟିଭ୍

ଭୁବନେଶ୍ୱର: ଦିନକର ବ୍ୟବଧାନ ପରେ ପୁଣି ରାଜ୍ୟରେ ୧୦ ହଜାର ପାର୍ ହୋଇଛି ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ ହଜାର ୯୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଅପେକ୍ଷା ଆଜି ଟେଷ୍ଟିଂ ବଢ଼ିଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୪୬ ହଜାର ୨୪୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୪୯ ହଜାର ୧୯୧ଟି ନମୁନା ପରୀକ୍ଷା ହୋଇଛି । ଏଥିସହ ରାଜ୍ୟରେ ସକ୍ରିୟ ସଂକ୍ରମଣ ମାମଲା ୯୮ ହଜାର ୨୩୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୫୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୬୪ ଜଣ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୫୩୯ ଜଣ, ବାଲେଶ୍ୱରରୁ ୩୦୩ ଜଣ, ବରଗଡ଼ରୁ ୪୩୧ ଜଣ, ଭଦ୍ରକରୁ ୨୩୧ ଜଣ, ବଲାଙ୍ଗିରରୁ ୪୨୬ ଜଣ, ବୌଦ୍ଧରୁ ୧୮୦ ଜଣ, କଟକରୁ ୮୮୫ ଜଣ, ଦେବଗଡ଼ରୁ ୧୨୭ ଜଣ, ଢେଙ୍କାନାଳରୁ ୧୮୯ ଜଣ, ଗଜପତିରୁ ୧୧୧ ଜଣ, ଗଞ୍ଜାମରୁ ୧୭୭ ଜଣ, ଜଗତସିଂହପୁରରୁ ୨୩୨ ଜଣ, ଯାଜପୁରରୁ ୩୪୯ ଜଣ, ଝାରସୁଗୁଡ଼ାରୁ ୩୮୦ ଜଣ, କଳାହାଣ୍ଡିରୁ ୩୭୦ ଜଣ, କନ୍ଧମାଳରୁ ୧୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ୧୪୧ ଜଣ, କେନ୍ଦୁଝରରୁ ୨୫୩ ଜଣ, ଖୋର୍ଦ୍ଧାରୁ ୧୫୩୯ ଜଣ, କୋରାପୁଟରୁ ୧୯୫ ଜଣ, ମାଲକାନଗିରିରୁ ୭୧ ଜଣ, ମୟୂରଭଞ୍ଜରୁ ୨୩୯ ଜଣ, ନବରଙ୍ଗପୁରରୁ ୩୩୫ ଜଣ, ନୟାଗଡ଼ରୁ ୧୯୨ ଜଣ, ନୂଆପଡ଼ାରୁ ୩୭୮ ଜଣ, ପୁରୀରୁ ୩୯୮ ଜଣ, ରାୟଗଡ଼ାରୁ ୨୧୨ ଜଣ, ସମ୍ବଲପୁରରୁ ୪୫୪ ଜଣ, ସୋନପୁରରୁ ୨୧୫ ଜଣ, ସୁନ୍ଦରଗଡ଼ରୁ ୯୬୪ ଜଣ ଏବଂ ଷ୍ଟେଟ ପୁଲରୁ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.