Latest Odisha News

BREAKING NEWS

ସବୁ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ, ସପ୍ତାହକ ପରେ ପୁଣି ୧୨ ହଜାରରୁ ଅଧିକ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଆଜି ସବୁ ରେକର୍ଡକୁ ଅତିକ୍ରମ କରିଛି । ସପ୍ତାହକ ପରେ ପୁଣି ଥରେ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୧୨ ହଜାର ପାର୍ କରିଛି । ଗତ ୭ ତାରିଖରେ ରାଜ୍ୟରେ ୧୨ ହଜାର ୨୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ଟି ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୬ ହଜାର ୯୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୪୫୨ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ୨ ହଜାର ଟପିଛି । ଜିଲ୍ଲାରୁ ୨୨୦୧ଟି ମାମଲା ଆସିଛି ।

ଅନୁଗୁଳରୁ ୫୩୨, ବାଲେଶ୍ୱରରୁ ୩୪୦, ବରଗଡ଼ରୁ ୫୦୭, ଭଦ୍ରକରୁ ୪୧୨, ବଲାଙ୍ଗିରରୁ ୪୬୧, ବୌଦ୍ଧରୁ ୨୨୮, କଟକରୁ ୭୧୯, ଦେବଗଡ଼ରୁ ୧୦୮, ଢେଙ୍କାନାଳରୁ ୧୭୪, ଗଜପତିରୁ ୧୧୫, ଗଞ୍ଜାମରୁ ୩୮୭, ଜଗତସିଂହପୁରରୁ ୨୫୯, ଯାଜପୁରରୁ ୪୩୬, ଝାରସୁଗୁଡ଼ାରୁ ୪୧୩, କଳାହାଣ୍ଡିରୁ ୨୧୦, କନ୍ଧମାଳରୁ ୧୦୨, କେନ୍ଦ୍ରାପଡ଼ାରୁ ୧୩୭, କେନ୍ଦୁଝରରୁ ୨୦୮, ଖୋର୍ଦ୍ଧାରୁ ୨୨୦୧, କୋରାପୁଟରୁ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମାଲକାନଗିରିରୁ ୧୦୩, ମୟୂରଭଞ୍ଜରୁ ୪୮୦, ନବରଙ୍ଗପୁରରୁ ୩୬୨, ନୟାଗଡ଼ରୁ ୩୦୧, ନୂଆପଡ଼ାରୁ ୨୦୪, ପୁରୀରୁ ୪୬୯, ରାୟଗଡ଼ାରୁ ୧୮୭, ସମ୍ବଲପୁରରୁ ୬୭୭, ସୋନପୁରରୁ ୧୭୮, ସୁନ୍ଦରଗଡ଼ରୁ ୮୮୨ ଏବଂ ଷ୍ଟେଟ ପୁଲରୁ ୩୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭କୁ ବୃଦ୍ଧି ପାଇଛି । ୪ ଲକ୍ଷ ୮୨ ହଜାର ୩୪୫ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ୧ ଲକ୍ଷ ୪ ହଜାର ୧୬ଟି ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.