Latest Odisha News

BREAKING NEWS

ରାଜ୍ୟରୁ ଆଉ ୨୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଓଡ଼ିଶାରୁ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଇଏଲଏସ୍ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୬୧ରେ ପହଞ୍ଚିଛି ।

ସଂକ୍ରମିତଙ୍କ ମଧ୍ୟରୁ ୫ଜଣଙ୍କ ବିଦେଶ ଲିଙ୍କ୍ ରହିଥିବା ଜଣାପଡ଼ିଛି । ବାକି ୧୯ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୋଟ୍ ୨୧୮ଜଣଙ୍କ ସାମ୍ପଲ ଜିନମ ସିକ୍ୱେନ୍ସିଂ ପାଇଁ ଯାଇଥିଲା । ଏଥିମଧ୍ୟରୁ ୨୪ଜଣ ଓମିକ୍ରନ ଭାରିଆଣ୍ଟ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.