Latest Odisha News

ଚମୋଲି ତପୋବନ ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି, ଆଉ ୫ ମୃତଦେହ ଉଦ୍ଧାର

ଡେରାଡୁନ୍: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ବରଫ ପାହାଡ଼ ଧସି ଭୟଙ୍କର ଜଳ ପ୍ରଳୟକୁ ଦୁଇ ସପ୍ତାହ ବିତିଲାଣି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଉ ସୁଡ଼ଙ୍ଗ ଭିତରୁ ଗୋଟିଏ ପରେ ଗୋଟିଏ ମୃତଦେହ ମିଳିବାରେ ଲାଗିଛି । ତପୋବନ ଓ ରୈଣୀ ଅଞ୍ଚଳରୁ ଶହେରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି । ଶନିବାର ତପୋବନ ଡ୍ୟାମର ଭଗ୍ନାଂଶରୁ ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧୪ ଦିନ ମଧ୍ୟରେ ୬୭ ଜଣଙ୍କ ମୃତଦେହ ଉଦ୍ଧାର ହେଲାଣି ।

ମିଳିଥିବା ୬୭ ଜଣଙ୍କ ମୃତଦେହ ମିଳିଥିବା ବେଳେ ୩୪ ଜଣଙ୍କ ପରିଚୟ ମିଳିଛି । ବାକି ୩୩ ଜଣଙ୍କ ପରିଚୟ ପୋଲିସ ଓ ପ୍ରଶାସନ ଖୋଜୁଛି । ଏବେବି ୧୩୯ ଜଣ ନିଖୋଜ ଥିବା ନେଇ କୁହାଯାଉଛି । ଯୁଦ୍ଧସ୍ତରରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଏନଡିଆରଏଫ୍, ଏସଡିଆରଏଫ୍ ସହ ଆଇଟିବିପି ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ବରଫ ପାହାଡ଼ ଧସିବା ପରେ ରୈଣୀ ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବନ୍ୟାରେ ଋଷିଗଙ୍ଗା ପାୱାର ପ୍ରୋଜେକ୍ଟ ଭାସି ଯାଇଥିବା ବେଳେ ତପୋବନ ସୁଡ଼ଙ୍ଗ ମାଟି ପଙ୍କ କାଦୁଅରେ ଭର୍ତ୍ତି ହୋଇଯାଇଛି । ୨୦୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଥିବା ବେଳେ ସେମାନଙ୍କୁ ଖୋଜିବା ଲାଗି ଉଦ୍ଧାର କାର୍ଯ୍ୟ ୨ ସପ୍ତାହ ହେଲାଣି ଜାରି ରହିଛି ।

Comments are closed.