Latest Odisha News

BREAKING NEWS

ଆଗାମୀ ୧୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାଇକ୍ଲୋନିକ୍ ସର୍କୁଲେସନ୍ ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

BjdElectrycity

ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଆଗାମୀ ଅକ୍ଟୋବର ୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ।

ଆହୁରି ମଧ୍ୟ ଅକ୍ଟୋବର ୨ ତାରିଖ ବେଳକୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାଗୁଡିକରେ ଘଡଘଡି ସହ ବର୍ଷା ଆଶଙ୍କା ରହିଛି ।

ଅକ୍ଟୋବର ୩ରେ ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ସୋନପୁର, ଗଜପତି ଓ ରାୟଗଡା ଆଦି ଜିଲ୍ଲା

ସେହିପରି ଅକ୍ଟୋବର ୪ ତାରିଖ ବେଳକୁ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଓ ମୟୁରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି ।

ତେବେ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ଯିବା ଲାଗି ମତ୍ସଜୀବି ମାନଙ୍କୁ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ ।

Leave A Reply

Your email address will not be published.