ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ପୋଲିସ ଚଳାଇଛି ସ୍ପେଶାଲ୍ ଡ୍ରାଇଭ୍ । ଅମାନିଆଙ୍କୁ ସାବାଡ କରାଯାଉଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ୬ ଦିନରେ ରାଜ୍ୟରୁ ଆଦାୟ ହୋଇଛି ୧କୋଟି ୮୮ ଲକ୍ଷ ୪୫ହଜାର ୧୫୦ ଟଙ୍କା । ୬୬ହଜାର ୪୬ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି । ଏନେଇ ରାଜ୍ୟ ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
Cumulatively, in six days, action has been taken against 66046 violators of Covid protocols in the State and penal fines amounting to Rs. 1, 88, 45, 150 /- have been collected. We urge all to wear mask and maintain social distance.
— Odisha Police (@odisha_police) April 13, 2021
ସ୍ପେଶାଲ୍ ଡ୍ରାଇଭର ଷଷ୍ଠ ଦିନରେ ୯ହଜାର ୭୯୦ ଉଲ୍ଲଂଘନକାରୀଙ୍କ ପାଖରୁ ଜରିମାନା ଆଦାୟ ହୋଇଛି । ଗତ ୨୪ ଘଣ୍ଟାରେ ଆଦାୟ ହୋଇଛି ୨୯ଲକ୍ଷ ୭୧ହଜାର ୯୫୦ ଟଙ୍କା ଫାଇନ୍ । ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନରଖିବା, ଅଯଥାରେ ଗହଳି କରିବା ଆଦି କୋଭିଡ୍ ପ୍ରୋଟକଲର ଉଲ୍ଲଂଘନ ଅଭିଯୋଗରେ ସ୍ପେଶାଲ ଡ୍ରାଇଭ ଚାଲିଛି । ଆକ୍ସନ ନେବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Comments are closed.