Latest Odisha News

BREAKING NEWS

ବନ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼, ପୋଡୁ ଚାଷ ଓ ଜଙ୍ଗଲ କଟାକୁ ବିରୋଧ କରିବାରୁ ଗଛରେ ବାନ୍ଧି ମାରିଲେ ମହିଳା 

ମାଲକାନଗିରି: ମାଲକାନଗିରି ତେଲେଙ୍ଗାନା ସୀମାନ୍ତ କୋତ୍ତାଗୁଡେମା ଜିଲ୍ଲାରେ ଅଭାବନୀୟ ଘଟଣା । ବନ କର୍ମଚାରୀଙ୍କୁ ଆଦିବାସିଙ୍କ ଆକ୍ରୋଶର ସାମନା କରିବାକୁ ପଡିଛି । ଫରେଷ୍ଟରଙ୍କ ହାତକୁ ଦୌଡିରେ ବାନ୍ଧି ଜଙ୍ଗଲ ଭିତରେ ଏକ ଗଛରେ ବାନ୍ଧି ଠେଙ୍ଗାରେ ନିସ୍ତୁକ ଭାବେ ମାଡ ମାରିଛନ୍ତି ଆଦିବାସି ମହିଳା ।
ବନ କର୍ମଚାରୀ ଦୁମୁଗୁଡେମ୍ ଜଙ୍ଗଲକୁ ଯାଇ ସେଠାରେ ଚାଲିଥିବା ଆଦିବାସୀଙ୍କ ପୋଡୁ ଚାଷ ଓ ଜଙ୍ଗଲ କଟାକୁ ବିରୋଧ କରିଥିଲେ । ଚିନ୍ତାଗୁମ୍ଫା ଗାଁର ଲୋକେ ଏଥିରେ ରାଗିଯାଇ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଦୁମୁଗୁଡେମ୍ ଜଙ୍ଗଲର ସୁରକ୍ଷା କରିବା ଲାଗି ତିନି ଜଣ ବନ କର୍ମଚାରୀ ଜଙ୍ଗଲ ଭିତରେ ପଶିଥିଲେ । ଚିନ୍ତାଗୁମ୍ଫା ଗାଁର ଅନେକ ମହିଳା ଏହି ତିନି ଜଣ ବନ କର୍ମଚାରିଙ୍କୁ ଘେରିଯାଇଥିଲେ ଓ ମାଡ ମାରିବାକୁ ଲାଗିଥିଲେ । ଏହାପରେ ଖାକି ପୋଷାକରେ ଥିବା ସୋଡି ରାଜେଶ ନାମକ ଜଣେ ଫରେଷ୍ଟରଙ୍କ ହାତକୁ ଦୌଡିରେ ବାନ୍ଧି ଟାଣି ଟାଣି ନେବା ସହ ତାଙ୍କୁ ଜଙ୍ଗଲ ଭିତରେ ଏକ ଗଛରେ ବାନ୍ଧି ଠେଙ୍ଗାରେ ନିସ୍ତୁକ ଭାବେ ମାଡ ମାରିଛନ୍ତି ମହିଳା ।
ପୋଡୁ ଚାଷ ଓ ଜଙ୍ଗଲ କଟାକୁ ବିରୋଧ କରିବାରୁ ବନ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରାସର ଶିକାର ହେବାକୁ ପଡିଛି । ଘଟଣାକୁ ନେଇ ଦୁମୁଗୁଡେମ୍ ଥାନାରେ ଏକ ମାମଲା ରୁଜୁ ହୋଇଛି । ଭିଡିଓକୁ ଆଧାର କରି ପୋଲିସ ୧୮ ଜଣ ଆକ୍ରମଣକାରୀଙ୍କୁ ଖୋଜୁଛି ।
Leave A Reply

Your email address will not be published.