Latest Odisha News

BREAKING NEWS

ଗଞ୍ଜାମ କୋଭିଡ୍: ତିନି ମାସରେ ୨ରୁ ୧୦ ହଜାର କରୋନା କେସ୍

ଗଞ୍ଜାମ: ୧୦ ହଜାର ପାର କରିଛି ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୩୬୪କୁ ବୃଦ୍ଧି ପାଇଛି ।

ତିନି ମାସରେ ଦୁଇରୁ ଦଶ ହଜାର
ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଫେରିବା ପରେ ଏପ୍ରିଲ ଦୁଇ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜୁଲାଇରେ ରେକର୍ଡ ସଂକ୍ରମିତ ହୋଇଛନ୍ତି । ତିନି ମାସ ଭିତରେ ଦୁଇରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୦ ହଜାର ଡେଇଁଗଲା ।

ଜୁଲାଇରେ ୮୮୯୨ ପଜିଟିଭ୍
ଗଞ୍ଜାମ ଜିଲ୍ଲାରେ କେବଳ ଜୁଲାଇରେ ବାହାରିଛି ୮ ହଜାର ୮୯୨ ପଜିଟିଭ୍ କେସ୍ । ଜୁନରେ ସଂକ୍ରମିତ ହୋଇଥିଲେ ୧ ହଜାର ୪୦ ଜଣ । ମେ ମାସରେ ଏହି ସଂଖ୍ୟା ଥିଲା ୪୩୨ । ଅର୍ଥାତ ମାସକୁ ହାରାହାରି ୩ ହଜାର ୪ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତ ଅଧିକ, ମୃତ୍ୟୁହାର କମ୍
ଜୁଲାଇରେ ସଂକ୍ରମଣ ସହ ଗଞ୍ଜାମ ଜିଲ୍ଲାରେ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ୧୭୭ ଜୀବନ ନେଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ଶହେ ପାଖାପାଖି ହେଲାଣି । ଆଜି ଆଉ ୪ ଜଣଙ୍କୁ ମିଶାଇ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୯୪ରେ ପହଞ୍ଚିଛି । ଜିଲ୍ଲାରେ ମୃତ୍ୟୁହାର ରହିଛି ୦.୯୦ ପ୍ରତିଶତ ।

୬୮ ପ୍ରତିଶତ ସୁସ୍ଥ
ସଂକ୍ରମିତଙ୍କ ତୁଳନାରେ ଅଧିକ ସୁସ୍ଥ ବି ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୭ ହଜାର ୧୩୦ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ଆକ୍ଟିଭ୍ କେସ୍ ରହିଛି ୩ ହଜାର ୧୩୪ । ଜିଲ୍ଲାର ସୁସ୍ଥତା ହାର ୬୮ ପ୍ରତିଶତରୁ ଅଧିକ ।

ଚଳିତ ସପ୍ତାହରେ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା । ଗତ ୨୪ ଘଣ୍ଟାରେ ପୁଣି ଥରେ ବଢ଼ିଛି । ୨୯ ତାରିଖରେ ୨୫୦, ୨୮ରେ ୨୪୫, ୨୭ ତାରିଖରେ ୩୩୨ ଜଣ ସଂକ୍ରମିତ ହୋଇଥିଲେ ।

Leave A Reply

Your email address will not be published.