Latest Odisha News

BREAKING NEWS

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆଜି ପତ୍ନୀ ଓ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ମୃତ୍ୟୁକୁ ୨୪ ଦିନ ବିତିଯାଇଥିଲେ ସୁଦ୍ଧା ଏ ଯାଏଁ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରୁନାହିଁ ।

ଗତକାଲି ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଆଦିତ୍ୟ କରିଥିବା ପିପୁଲ ଫର୍ ସେବାର ତିନି ସଦସ୍ୟ ପପୁ, ବିକାଶ ଓ ପ୍ରୀତମଙ୍କୁ ପଚରାଉଚରା କରିଥିଲା । ଏଥି ସହ ଆଦିତ୍ୟଙ୍କ ମୃତଦେହ ମିଳିଥିବା ଲିଙ୍ଗରାଜ ଷ୍ଟେସନରେ ମଧ୍ୟ ଟିମ୍ ଛାନଭିନ କରିଥିଲା ।

ସୂଚନା ଯୋଗ୍ୟ ଯେ, ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଗତ ସାତ ତାରିଖରେ ଲିଙ୍ଗରାଜ ଷ୍ଟେସନର ରେଳ ଧାରଣାରୁ ମିଳିଥିଲା । ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ପୂର୍ବ ଦିନ ରାତିରେ ଛୋଟମୋଟ ମନୋମାଳିନ୍ୟ ହୋଇଥିଲା ଏହା ପରେ ଆଦିତ୍ୟ ଘରୁ ବାହାରିଯାଇଥିବା କହିଥିଲେ । ରାତି ତମାମ ତାଙ୍କ ମୃତ ଦେହକୁ ଖୋଜାଖୋଜି କରିବା ପରେ ସକାଳୁ ତାଙ୍କ ମୃତ ଦେହ ରେଳ ଧାରଣାରୁ ମିଳିଥିଲା । ତେବେ ଏହି ଘଟଣା ହତ୍ୟା କି ଆତ୍ମହତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ତେଣୁ ଗତକାଲି ପୋଲିସ ଡିଜି ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେଇଥିଲେ ।

Leave A Reply

Your email address will not be published.