Latest Odisha News

BREAKING NEWS

ବିରିୟାନୀ ଲାଗି ସଂଘର୍ଷ; ୬ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗୁରୁବାର ଦିନ ୨ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂର୍ଘଷରେ ୬ ଜଣ ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଧୁଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ନିକଟରେ ଏକ ବିରିୟାନୀ ଷ୍ଟଲରେ ବାସୀ ବିରିୟାନୀ ବିକ୍ରି ହେଉଥିବା ନେଇ କିଛି ଲୋକ ଅଭିଯୋଗ କରିଥିଲେ । ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଷ୍ଟଲ୍ ମାଲିକ । ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଝଗଡା ଆରମ୍ଭ ହୋଇଥିବା ବେଳେ ସେମାନେ ପରସ୍ପରକୁ ବାଡି ଓ ପଥରରେ ଆକ୍ରମଣ କରିବାକୁ ପଛାଇନଥିଲେ ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.