Latest Odisha News

ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀ ନିର୍ଯ୍ୟାତିତ, ଉଦ୍ଧାର ଲାଗି ଲୋଡ଼ିଲେ ଓଡ଼ିଶା ସରକାରଙ୍କ ସହାୟତା

ଅଗରତାଲା/ଭୁବନେଶ୍ୱର: ତ୍ରିପୁରାରେ ଅଧ୍ୟୟନରତ ୧୨୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ଯ୍ୟାତନାର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି ।

ସେମାନଙ୍କ ଜୀବନ ଏବେ ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ଉଦ୍ଧାର ଲାଗି ଏଠାରେ ଅଧ୍ୟୟନ କରୁଥିବା ଏହି ଓଡ଼ିଆ ଛାତ୍ରଛାତ୍ରୀମାନେ ଓଡ଼ିଶା ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

ବିଶେଷ ସୂତ୍ରରୁ ଜଣାପଡ଼ିଛି, ତ୍ରିପୁରା ରାଜଧାନୀ ଅଗରତାଲା ଏକଲବ୍ୟ କ୍ୟମ୍ପସ କଲେଜରେ ୧୨୦ରୁ ଅଧିକ ଛାତ୍ରଛାତ୍ର ଅଧ୍ୟୟନ କରୁଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ସମେତ ୫/୬ ଜଣ ଶିକ୍ଷକ ମଧ୍ୟ ଏହି ମହାବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି । ଗତ ଗଣେଶ ପୂଜା ଅବସରରେ କ୍ୟାମ୍ପସ ମଧ୍ୟରେ ପୂଜାକୁ କେନ୍ଦ୍ରକରି ଓଡ଼ିଆ ଛାତ୍ରଛାତ୍ରୀ ମାନଙ୍କୁ ସେହି କଲେଜର ସ୍ଥାନୀୟ ଛାତ୍ରଛାତ୍ରୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ଗଣେଶ ପୂଜାଠାରୁ ହିଁ ଏହି କଲେଜ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଥିବାର ସୂଚନା ମିଳିଛି । ଏହି କଲେଜର ଛାତ୍ରାବାସ ତଥା ଛାତ୍ରୀନିବାସରେ ରହୁଥିବା ଶତାଧିକ ଛାତ୍ରଛାତ୍ରୀଙ୍କର ଜୀବନ ଏବେ ସଙ୍କଟାପନ୍ନ । ସେଠାରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀ ତଥା ଶିକ୍ଷକମାନେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇପଡ଼ିଛନ୍ତି । ଏବେ ଏହି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ଭୟ ଦେଖାଉଛନ୍ତି ସ୍ଥାନୀୟ ଛାତ୍ରମାନେ । ତେଣୁ ଯେନତେନ ପ୍ରକାରେ ଜୀବନ ବଞ୍ଚାଇ ଓଡ଼ିଶା ଫେରିଯିବାକୁ ଚାହୁୁଁଛନ୍ତି ଏହି ଓଡ଼ିଆ ଛାତ୍ରଛାତ୍ରୀମାନେ ।

ସେମାନଙ୍କୁ ଉଦ୍ଧାର କରିବାକୁ ଏହି ଛାତ୍ରଛାତ୍ରୀମାନେ ଗଣମାଧ୍ୟମର ଆଶ୍ରୟ ନେଇ ସମସ୍ତ ନିର୍ଯ୍ୟାତନାର କାହାଣୀ କହିଛନ୍ତି । ଏହାଛଡ଼ା ଗଣମାଧ୍ୟମ ସାହାର୍ଯ୍ୟରେ ଉଦ୍ଧାର କରିବାକୁ ଓଡ଼ିଶା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଅଗରତାଲାରେ ଓଡ଼ିଶାରୁ ଯାଇ ଅଧ୍ୟୟନ କରୁଥିବା ଏହି ଓଡ଼ିଆ ଛାତ୍ରଛାତ୍ରୀମାନେ ଗଣମାଧ୍ୟମ ଦ୍ୱାରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେଠାରେ ଏବେ ସେମାନେ ବିପଦପୂର୍ଣ୍ଣ ଭାବେ ଜୀବନ କଟାଉଛନ୍ତି କହିବା ସହିତ ସେମାନେ ଓଡ଼ିଶା ଫେରିଯିବାକୁ ଚାହୁଁଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଓଡ଼ିଶା ସରକାର ସେମାନଙ୍କୁ ଉଦ୍ଧାର କରିବାକୁ ତୁରନ୍ତ ପଦକ୍ଷେପ ନେବାକୁ ଗଣମାଧ୍ୟମ ଆଗରେ ଆକୁଳ ନିବେଦନ କରିଛନ୍ତି ଏହି ଓଡ଼ିଆ ଛାତ୍ରଛାତ୍ରୀମାନେ ।

Leave A Reply

Your email address will not be published.