ଭୁବନେଶ୍ୱର : ଜୁଲାଇରେ ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ ସ୍ତର ଛୁଇଁଛି । ପ୍ରଥମେ ଚାରି ଶହ, ପରେ ପାଞ୍ଚ ଶହ, ତାପରେ ଗୋଟିଏ ଦିନରେ ସାତ ଶହ ପଜିଟିଭ୍ କେସ୍ ଆଶୁଥିଲା । ଗତ ଦୁଇ ଦିନ ହେବ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ହଜାରେ ଟପିଗଲା । ୨୧ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସର୍ବାଧିକ ୧୨୬୪ ପଜିଟିଭ୍ କେସ୍ ବାହାରିଛି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବକାଳୀନ ରେକର୍ଡ ।
୨୨ ଦିନରେ ୧୩ ହଜାରରୁ ଅଧିକ ପଜିଟିଭ୍
ଜୁଲାଇରେ କରୋନା ମାରିଛି ଲମ୍ବା ଲମ୍ଫ । ନାଲି ଆଖି ଦେଖାଇଛି । ମାଡ଼ି ମାଡ଼ି ଚାଲିଛି । ସଂଖ୍ୟା ଦେଖିଲେ ସାଧାରଣ ଲୋକ ଛାନିଆ । ବର୍ତ୍ତମାନ ସୁଦ୍ଧା ଜୁଲାଇରେ କେବଳ ଚିହ୍ନଟ ହୋଇଛନ୍ତି ୧୩ ହଜାର ୫୫୪ ଭୂତାଣୁ ସଂକ୍ରମିତ । ଦୈନିକ ହାରାହାରି ବାହାରୁଛନ୍ତି ୧୧୬ ନୂଆ ପଜିଟିଭ୍ । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ ୬୪ ପ୍ରତିଶତ କେବଳ ଗତ ୨୨ ଦିନ ଭିତରେ ବାହାରିଛନ୍ତି ।

ଚାରି ମାସରେ ଯେତିକି, ଗୋଟିଏ ମାସରେ ପାଖାପାଖି ଡବଲ୍
ମାର୍ଚ୍ଚ ୧୬ ତାରିଖରେ ରାଜ୍ୟରୁ ବାହାରିଥିଲା ପ୍ରଥମ କରୋନା ପଜିଟିଭ୍ କେସ୍ । ଜୁନ୍ ୩୦ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଥିଲେ ୭ ହଜାର ୩୧୬ । ଜୁଲାଇ ପହିଲାରେ ଏହି ସଂଖ୍ୟା ଥିଲା ୭ ହଜାର ୫୪୫ । ତାପରଠୁ ଦ୍ରୁତ ଗତିରେ ବଢ଼ିଛି ସଂକ୍ରମଣ । ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଯାଜପୁର ଓ ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ।
୧୭ ଦିନରେ ୧୧ ହଜାର ସଂକ୍ରମିତ
ଜୁଲାଇ ମାସରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ମୋଟ୍ ୧୩ ହଜାର ୫୫୪ । କିନ୍ତୁ ଗତ ୧୭ ଦିନରେ ୧୦ ହଜାରରୁ ଅଧିକ ପଜିଟିଭ୍ କେସ ସାମନାକୁ ଆସିଛି । ଜୁଲାଇ ୬ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୦ ହଜାର ୯୭ । ଆଜି ସୁଦ୍ଧା ସଂଖ୍ୟା ୨୧ ହଜାର ଡେଇଁ ଯାଇଛି । ଗତ ୧୭ ଦିନ ଭିତରେ ଚିହ୍ନଟ ହୋଇଛନ୍ତି ୧୧ ହଜାର ନୂଆ ଆକ୍ରାନ୍ତ । ଯାହାକି ରାଜ୍ୟ ପାଇଁ ଟେନସନ୍ ।

ଜିଲ୍ଲାଓ୍ୱାରୀ ପଜିଟିଭ୍ କେସ୍
ବର୍ତ୍ତମାନ ୪ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହିଥିବା ବେଳେ ପାଞ୍ଚ ଶହରୁ ହଜାରେ ଭିତରେ ରହିଛି ଚାରିଟି ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ଦଶଟି ଜିଲ୍ଲାରେ ତିନି ଶହରୁ ପାଞ୍ଚ ଶହ ଭିତରେ ରହିଛି ପଜିଟିଭ୍ କେସ୍ । ୯ଟି ଜିଲ୍ଲାରେ ଶହେରୁ ତିନି ଶହ ଭିତରେ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଶହେ ଭିତରେ ୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ ।
BREAKING NEWS
- ବାଂଲାଦେଶରେ ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ, ଏହି ଦିନ ପଡିବ ଭୋଟ୍…
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡିଶା ମାଷ୍ଟର୍ସ ୨୦୨୫’; ଯୋଗଦେଲେ ମୁଖ୍ୟମନ୍ତ୍ରୀ
- Jajpur Buddhist Tourism: ବିକଶିତ ହେବ ଯାଜପୁରର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର…
- ନବରଙ୍ଗପୁରରେ ୩୫ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
- Road Accident: ବସ ସହ ବାଇକର ମୁହାଁମୁହିଁ ଧକ୍କା, ଅକାଳରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ
- ହୀରାକୁଦ ଓ ସାତକୋଶିଆ ବିକାଶ ପାଇଁ ୧୯୯ କୋଟି ମଞ୍ଜୁର
- କଟକରେ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ଭିଭିପ୍ରସ୍ତର ସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ
- ଅର୍ଶଦୀପଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ
- ବିହାରରେ କାୟା ମେଲାଇଛି ଏଚଆଇଭି; ୪୦୦ରୁ ଉର୍ଦ୍ଧ୍ବ ପିଲା ସଂକ୍ରମିତ…
- ଗୋଆ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ
Comments are closed.