Latest Odisha News

୧୦ ମନ୍ତ୍ରୀ ୨୦ରୁ ଅଧିକ ବିଧାୟକ କରୋନା ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା କହର ଜାରି ରହିଛି। ସାଧାରଣ ଲୋକଙ୍କ ସହ ମହାରାଷ୍ଟ୍ରର ମନ୍ତ୍ରୀମାନେ ମଧ୍ୟ କରୋନା କବଳରେ ପଡ଼ିଛନ୍ତି। ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର କହିଛନ୍ତି ଯେ ରାଜ୍ୟର ୧୦ ଜଣ ମନ୍ତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ପାୱାର କହିଛନ୍ତି, ମନ୍ତ୍ରୀମାନଙ୍କ ବ୍ୟତୀତ ରାଜ୍ୟର ୨୦ ରୁ ଅଧିକ ବିଧାୟକ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସେ କହିଛନ୍ତି ଯେ ଯଦି କରୋନା ଆକ୍ରାନ୍ତଙ୍କ ଏହିଭଳି ଭାବେ ବୃଦ୍ଧି ପାଏ ତେବେ ରାଜ୍ୟ ସରକାର କଟକଣାକୁ ଆହୁରି କଡାକଡି କରିପାରନ୍ତି।

Comments are closed.