Latest Odisha News

BREAKING NEWS

ରାଜ୍ୟରେ ୨୫ ଲକ୍ଷରୁ ଅଧିକ ପିଲା ଟିକା ନେବେ, ପଞ୍ଜିକରଣ କରିବାକୁ ପଡ଼ିବ

ଭୁବନେଶ୍ୱର: ଜାନୁଆରୀ ୩ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ କିଶୋରଙ୍କୁ ଟିକାକରଣ । ୧୫-୧୮ ବର୍ଷ ଭିତରେ ବୟସ୍କ କରୋନା ଟିକା ନେବେ । ଓଡ଼ିଶାରେ ଏହି ବୟସ ବର୍ଗରେ ଅଛନ୍ତି ୨୫ ଲକ୍ଷ ୫୩ ହଜାର । ଟିକା ନେବା ପାଇଁ ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ । ଏହି ସୂଚନା ଦେଇଛନ୍ତି ରାଜ୍ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାକୁ ବ୍ୟବସ୍ଥା କରାଯିବ । ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ । ଆବଶ୍ୟକ ପଡ଼ିଲେ ଅଭିଭାବକଙ୍କୁ ପିଲାଙ୍କ ସହିତ ଆସିବାକୁ ପଡିବ । ଅନୁମତି ପାଇଥିବା ଦୁଇଟି ଟିକା ମଧ୍ୟରୁ ପିଲାମାନଙ୍କୁ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି । ମାର୍ଗଦର୍ଶିକା ଆସିବା ପରେ ସ୍ପଷ୍ଟ ହେବ ।

୬୦ ବର୍ଷରୁ ଅଧିକ ୫୨ ଲକ୍ଷ ୩୭ ହଜାର ଲୋକଙ୍କୁ ଦିଆଯିବ ପ୍ରିକରସନ୍ ଡୋଜ୍ । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ ପ୍ରିକେସନ୍ ଡୋଜ୍ ଦିଆଯିବ । ସ୍ୱାସ୍ଥ୍ୟକର୍ମୀ ଓ ସମୁଖ ଯୋଦ୍ଧା ୭ ଲକ୍ଷ ୫ ହଜାର ରହିଛନ୍ତି ।

ନିୟମ ଅନୁସାରେ ଯିଏ ଯେଉଁ ଟିକା ନେଇଥିଲେ ପ୍ରିକରସନ୍ ଡୋଜ୍ (ବୁଷ୍ଟର) ହିସାବରେ ସେହି ଟିକା ନେବା କଥା । ବର୍ତ୍ତମାନ ୨୬୦୦ ସେସନ ସାଇଟରେ ଟିକାକରଣ ଚାଲିଛି । ପ୍ରତି ବ୍ଲକରେ ୮ଟି ମୋବାଇଲ ଭ୍ୟାନ୍ ବୁଲି ଟିକାକରଣ କରୁଛନ୍ତି । ପ୍ରଥମ ଡୋଜ୍ ନେବାକୁ ୨୯ ଲକ୍ଷ ଲୋକ ବାକି ଅଛନ୍ତି । ଦ୍ୱିତୀୟ ଡୋଜ ଅପେକ୍ଷାରେ ଅଛନ୍ତି ୩୦ ଲକ୍ଷ ଲୋକ ।

Leave A Reply

Your email address will not be published.