Latest Odisha News

BREAKING NEWS

କଣ ହେବ ତପସ୍ୱିନୀ-ସୁମିତଙ୍କ ବିବାଦର ପରିଣାମ ? ଆଜି ଆସିବ କୋର୍ଟଙ୍କ ରାୟ

ବ୍ରହ୍ମପୁର: ନ୍ୟାୟ ପାଇଁ ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଥିବା ତପସ୍ୱିନୀଙ୍କ ତପସ୍ୟାରେ ପଡ଼ିବ କି ଯବନିକା ? ଶାଶୁ ଘରକୁ ପ୍ରବେଶ କରିବେ ନା ଧାରଣା ଜାରି ରଖିବେ ? ଉଭୟ ସୁମିତ୍ ଓ ପତ୍ନୀ ତପସ୍ୱିନୀଙ୍କ ପକ୍ଷରୁ ଦାୟକ ପିଟିସନର ଆଜି ଶୁଣାଣି କରିବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ । କଣ ନିଷ୍ପତ୍ତି ଶୁଣାଇବେ ତାଉପରେ ସମସ୍ତଙ୍କର ନଜର ରହିଛି ।

ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦରୁ ଏଯାଏ କୌଣସି ନିଷ୍କର୍ଷ ବାହାରି ପାରିନି । ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ଅଛନ୍ତି । ତପସ୍ୱିନୀଙ୍କ ପାଇଁ ଏକ ଭଡ଼ା ଘର ଖୋଜିବା ଓ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସଡିଜେଏମ୍ କୋର୍ଟ । ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଦୌରା ଜଜରେ ସୁମିତଙ୍କ ପକ୍ଷରୁ ପିଟିସନ୍ ଫାଇଲ୍ ହୋଇଛି ।

ସେହିପରି ସୁମିତଙ୍କ ଘରେ ରହିବାକୁ ଅନୁମତି ଦେବାକୁ ଏସଡିଜେଏମ୍ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ ତପସ୍ୱିନୀ । ଯାହାକୁ କୋର୍ଟ ଖାରଜ କରିବା ପରେ ସେ ଜିଲ୍ଲା ଦୌରା ଜଜଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଦୁଇଟି ମାମଲାରେ ଆଜି ରାୟ ପ୍ରକାଶ ପାଇବ । କୋର୍ଟ କି ନିଷ୍ପତ୍ତି ଶୁଣାଇବେ ? କାହା ସପକ୍ଷରେ ଯିଏ କୋର୍ଟଙ୍କ ନିର୍ଦ୍ଦେଶ ତାଉପରେ ନଜର ରହିଛି ।

Leave A Reply

Your email address will not be published.