Latest Odisha News

BREAKING NEWS

ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଲୋକେ

ପୁରୀ: ଅସାବଧାନତା କାରଣରୁ ବହୁ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇଦେଇପାରେ । ତାହାର ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଏକ ପେଟ୍ରୋଲ ପମ୍ପରେ । ପୁରୀ ପେଣ୍ଠକଟା ଓପିଡ଼ିସି ପରିଚାଳିତ ଆଇଓସିଏଲ ଫିଲିଂ ଷ୍ଟେସନ ପରିସରରେ ଗତକାଲି ରାତିରେ ନିଆଁ ଲାଗିଥିଲା । ସ୍କୁଟିରେ ତେଲ ପକାଇଲାବେଳେ ଲାଗିଲା ନିଆଁ ।

ଏହି ପରିସ୍ଥିତିରେ ଭୟବୀତ ନହୋଇ ସାବଧାନତାର ସହ ଟାଙ୍କିରେ ଥିବା ନିଆଁ ଲିଭା ଯନ୍ତ୍ରକୁ ବ୍ୟବହାର କରି ଟାଙ୍କିର ୫ଜଣ କର୍ମଚାରୀ ନିଆଁ ଲିଭାଇଥିଲେ । ଏଥିରେ କେହି ଆହତ ହୋଇନାହାନ୍ତି । ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣରୁ ବର୍ତ୍ତି ଗଲା ।  ଫିଲିଂ ଷ୍ଟେସନର କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ସ୍କୁଟିରେ ତେଲ ଭରୁଥିବାବେଳେ ପେଣ୍ଠକଟା ଅଞ୍ଚଳର ଜଣେ ଯୁବକ ହଠାତ୍ ଦିଆସିଲ ମାରିଦେବାରୁ ସ୍କୁଟିରେ ନିଆଁ ଲାଗିଗଲା ।

ଏହି ଘଟଣା ନେଇ ସମୁଦ୍ରକୂଳ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ଛାନଭିନ୍ କରୁଛି । ସ୍କୁଟିକୁ ଜବତ କରାଯାଇଛି ।

Leave A Reply

Your email address will not be published.