ରାଜ୍ୟରେ ଗତ ୭ ବର୍ଷ ଭିତରେ ନିଖୋଜ ହୋଇଛନ୍ତି ୨୫ ହଜାରରୁ ଅଧିକ ଶିଶୁ, ସର୍ବାଧିକ ରହିଛନ୍ତି ନାବାଳିକା…
ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ଶିଶୁ ନିଖୋଜ ସଂଖ୍ୟା । ଗତ ୭ ବର୍ଷରେ କେତେ ଶିଶୁ ନିଖୋଜ ହୋଇଛନ୍ତି ସେନେଇ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଗତ ୭ ବର୍ଷ ଭିତରେ ରାଜ୍ୟରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ନାବାଳିକା ଅଛନ୍ତି ।
ଶିଶୁକନ୍ୟାଙ୍କୁ ବିଭିନ୍ନ ସମୟରେ ମୁଖ୍ୟତଃ ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସମେତ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଚାଲାଣ କରାଯାଉଛି ।
୨୦୨୩ ବର୍ଷରେ ୫ ହଜାର ୯୨୮ ଶିଶୁ ନିଖୋଜ ହୋଇଛନ୍ତି । ପୂର୍ବ ବର୍ଷଗୁଡ଼ିକୁ ହିସାବକୁ ନେଲେ ରାଜ୍ୟରେ ୭୨୭୨ ଜଣ ଶିଶୁଙ୍କ ପତ୍ତା ମିଳିପାରି ନାହିଁ । ଏଥିରେ ସର୍ବାଧିକ ୬୪୯୭ ନାବାଳିକା ଅଛନ୍ତି । ୨୦୧୭ରୁ ୨୦୨୩ ବର୍ଷ ଭିତରେ ସର୍ବାଧିକ ଶିଶୁ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଜିଲ୍ଲାରେ ନିଖୋଜ ହୋଇଛନ୍ତି ।
୨୦୨୨ରେ ୪ ହଜାର ୭୫୭ ନିଖୋଜ ହୋଇଛନ୍ତି । ୨୦୨୧ରେ ୪ ହଜାର ୧୩୩ ଶିଶୁ ନିଖୋଜ ହେଇଥିଲେ । ୨୦୨୦ରେ ୨ହଜାର ୮୯୯ ଜଣ ଶିଶୁ ନିଖୋଜ ହୋଇଛନ୍ତି । ୨୦୧୯ରେ ୩ ହଜାର ୧୫୧ ଜଣ ଶିଶୁ ନିଖୋଜ ଥିଲେ । ୨୦୧୮ରେ ୨ହଜାର ୩୨୬ ଜଣ ଶିଶୁ ନିଖୋଜ ଥିଲେ । ୨୦୧୭ରେ ୨ ହଜାର ୨୪୪ ନିଖୋଜ ଥିଲେ ।
ରାଜ୍ୟରେ ମାନବ ଚାଲାଣ ରୋକିବା ଉଦ୍ଦେଶ୍ୟରେ ଇଣ୍ଟିଗ୍ରେଟେଡ୍ ଆଣ୍ଟି-ହ୍ୟୁମାନ୍ ଟ୍ରାଫିକିଂ ୟୁନିଟ୍ ଖୋଲିଥିବା ବେଳେ କ୍ରାଇମବ୍ରାଞ୍ଚ ସମାନ୍ତରାଳ ଭାବେ ୨୦୧୫ରୁ ୨୦୧୯ ଭିତରେ ଅପରେସନ୍ ସ୍ମାଇଲ୍, ମୁସ୍କାନ ଓ ପରୀ ଯୋଜନା ଆରମ୍ଭ କରିଛି। ତଥାପି ଶିଶୁକନ୍ୟା ନିଖୋଜ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ ।
<iframe width=”560″ height=”315″ src=”https://www.youtube.com/embed/lYZa82_FrvA?si=YC7bAU8aA5nw44f6″ title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>