Latest Odisha News

BREAKING NEWS

ସରକାରୀ ଡାକ୍ତରଖାନାରେ ୩୦୦ରୁ ଅଧିକ ପିଲା HIV ପଜିଟିଭ୍

ଇସଲାମବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶର ଟାଉନସା ସହରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସରକାରୀ ଡାକ୍ତରଖାନାରେ ୩୩୧ ଜଣ ପିଲାଙ୍କୁ ଏଚଆଇଭି ପଜିଟିଭ୍ ହୋଇଥିବା ଜଣାପଡିଛି । THQ ଟାଉନସା ହସ୍ପିଟାଲରେ ଗୋଟିଏ ସିରିଞ୍ଜ ପୁନଃବ୍ୟବହାର କରାଯାଉଥିଲା । ଯେଉଁଥିପାଇଁ ଏତେ ପିଲା ଏଚଆଇଭି ପଜିଟିଭ୍ ସଂକ୍ରମଣ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି ।

ଏହି ମାମଲାଗୁଡ଼ିକ ନଭେମ୍ବର ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ରିପୋର୍ଟ କରାଯାଇଥିଲା । ଅଭିଯୋଗ ଅନୁସାରେ ୩୨ ଘଣ୍ଟାରେ ଭାଏଲରେ ୧୦ ଥର ସିରିଞ୍ଜ ପୁନଃବ୍ୟବହାର କରାଯାଇଥିଲା । ଏହି ମାମଲାରେ ଚାରିଟିରେ ସମାନ ଔଷଧ ଅନ୍ୟ ପିଲାମାନଙ୍କୁ ଦିଆଯାଇଥିଲା ।

ଏଚଆଇଭି ସଂକ୍ରମଣରେ ୮ ବର୍ଷୀୟ ମହମ୍ମଦ ଅମିନର ମୃତ୍ୟୁ ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ତାଙ୍କ ଭଉଣୀ, ଆସମା ମଧ୍ୟ ଏଚଆଇଭି-ପଜିଟିଭ୍ । ମା’ ଦାବି କରିଛନ୍ତି ଯେ, ଡାକ୍ତରଖାନାରେ ଚିକିତ୍ସା ସମୟରେ ଦୂଷିତ ଛୁଞ୍ଚିରୁ ପିଲାମାନେ ଏଚଆଇଭି ସଂକ୍ରମିତ ହୋଇଥିଲେ ।

ଅଭିଯୋଗ ସାମ୍ନାକୁ ଆସିବା ପରେ ତଦନ୍ତରୁ ଜଣାପଡିଛି ଯେ, ହସ୍ପିଟାଲ କର୍ମଚାରୀମାନେ ୬୬ ଥର ଜୀବାଣୁମୁକ୍ତ ଗ୍ଲୋଭସ୍ ବିନା ଇଞ୍ଜେକ୍ସନ ଦେଇଥିଲେ । ପଞ୍ଜାବ ଏଡ୍ସ ସ୍କ୍ରିନିଂ ପ୍ରୋଗ୍ରାମର ତଥ୍ୟ ଅନୁଯାୟୀ, ଅଧାରୁ ଅଧିକ ମାମଲାରେ “ଦୂଷିତ ଛୁଞ୍ଚି” ସଂକ୍ରମଣର କାରଣ ବୋଲି ଦର୍ଶାଯାଇଛି ।

Leave A Reply

Your email address will not be published.