Latest Odisha News

BREAKING NEWS

ସୁବର୍ଣ୍ଣରେଖା ନଦୀରୁ ପୁଣି ବାହାରିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ତୃତୀୟ ବୋମା

ଜାମସେଦପୁର: ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ମଧ୍ୟରେ ପୁଣି ବାହାରିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ତୃତୀୟ ବୋମା। ଉକ୍ତ ନଦୀରୁ ମାସକ ମଧ୍ୟରେ ଏହି ଅନାବିଷ୍କୃତ ଅସ୍ତ୍ରଶସ୍ତ୍ର ରୂପରେ ଘାତକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଚାଲିଛି। ସୁବର୍ଣ୍ଣରେଖା ନଦୀ ଅବବାହିକାରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ତୃତୀୟ ଶକ୍ତିଶାଳୀ ବୋମା ଉଦ୍ଧାର। ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ପୂର୍ବ ସିଂହଭୂମ ଜିଲ୍ଲା ବହଡ଼ାଗୋଡ଼ା ପ୍ରଖଣ୍ଡ ଅନ୍ତର୍ଗତ ପାଣିପୋଡ଼ା ଗ୍ରାମ ନିକଟରୁ ବୁଧବାର ରାତ୍ରିରେ ଏହି ବୋମା ଉଦ୍ଧାର ହୋଇଛି। ଯାହାକୁ ନେଇ ଅଞ୍ଚଳଟି ଚର୍ଚ୍ଚାର ପରିସରକୁ ଆସିଛି । ମାସକ ଭିତରେ ଏହା ତୃତୀୟ ଘଟଣା ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ରାତ୍ରି ପ୍ରାୟ ସାଢେ ୯ଟାରେ ଗ୍ରାମର କିଛି ଲୋକ ମାଛ ଧରିବାକୁ ନଦୀକୁ ଯାଇଥିବା ବେଳେ ଜାଲରେ ଏକ ଓଜନିଆ ଧାତବ ପଦାର୍ଥ ଲାଗିଥିଲା। ବାହାରକୁ ଆଣିବା ପରେ ଏହା ଗତ କିଛିଦିନ ତଳେ ଉଦ୍ଧାର ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଶକ୍ତିଶାଳୀ ବୋମା ବୋଲି ବୁଝା ପଡିଥିଲା। ପରେ ଲୋକେ ସ୍ଥାନୀୟ ପ୍ରଶାସନକୁ ଘଟଣା ବାବଦରେ ଅବଗତ କରାଇଥିଲେ। ଗତ ମାର୍ଚ୍ଚ ୨୫ ତାରିଖରେ ଏହି କ୍ଷେତ୍ରରେ ଉଦ୍ଧାର ହୋଇଥିବା ଦୁଇ ଗୋଟି ବୋମାକୁ ଭାରତୀୟ ସେନା ଓ ବୋମା ନିରୋଧକ ସଂସ୍ଥା ଦ୍ୱାରା ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଥିଲା।

ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ସାମନାକୁ ଆସୁଥିବା ବେଳେ ଆହୁରି ଏଭଳି ବିଷ୍ଫୋଟକ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରଶାସନ ଦ୍ୱାରା ବୋମା ଥିବା ସ୍ଥାନକୁ ଘେରାବନ୍ଦୀ କରାଯାଇଛି। ପ୍ରଶାସନ ଦ୍ୱାରା ବମ୍‌ ସ୍କ୍ୱାଡ୍‌ ଓ ସେନାକୁ ସୂଚିତ କରିଥିବା ଜଣାପଡିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସେନା ବାହୀନି ବାହଡାଗୋଡା, ଚାକୁଳିଆ ଅଞ୍ଚଳରେ ବ୍ରିଟିଶ ଏଆରଫିଲ୍ଡ ସକ୍ରିୟ ଥିବା ଜଣାପଡ଼ିଛି। ସେହି ସମୟର କିଛି ବିଷ୍ଫୋଟକ ବୋମା ସୁବର୍ଣ୍ଣରେଖା ନଦୀ ଅବବାହିକାରେ ରହିଯାଇଥିବା ବେଳେ ଏହା ବାରମ୍ବାର ଲୋକଲୋଚନକୁ ଆସୁଥିବା ଆଶଙ୍କା କରାଯାଉଛି। ପ୍ରଶାସନ ଦ୍ୱାରା ଉକ୍ତ ବୋମା ନିକଟକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.