Latest Odisha News

BREAKING NEWS

ସ୍କୁଲରେ ପଢାଇବେ ଅତିଥି ଶିକ୍ଷକ, ୪ ହଜାରରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ ହେବେ ନିଯୁକ୍ତି

ଭୁବନେଶ୍ୱର: ସ୍କୁଲରେ ପଢାଇବେ ଅତିଥି ଶିକ୍ଷକ। ଏବେଠାରୁ ସ୍କୁଲ ଶିକ୍ଷାକୁ ଦିଆଯିବ ଅଧିକ ଗୁରୁତ୍ୱ। ଶ୍ରେଣୀ ଗୃହରେ ଯେପରି ଶିକ୍ଷକ ଅଭାବରୁ ପାଠପଢାରେ କୌଣସି ଅସୁବିଧା ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ଏଥିପାଇଁ ସ୍କୁଲରେ ନିଯୁକ୍ତ ହେବେ ଅତିଥି ଶିକ୍ଷକ। ଏଥିଲାଗି ୪ ହଜାରରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ ନିଯୁକ୍ତି ହେବେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଛି। ଏହି ବିଜ୍ଞପ୍ତ ଅନୁଯାୟୀ, ମୋଟ ୪୫୮୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପାଠପଢାରେ ନିୟୋଜିତ କରାଯିବ। ରାଜ୍ୟର ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଓ ସଂସ୍କୃତ ଟୋଲରେ ଅତିଥି ଶିକ୍ଷକଙ୍କୁ ନିୟୋଜିତ କରାଯିବ। ଶିକ୍ଷକ ନଥିବା ସ୍କୁଲକୁ ଦିଆଯିବ ଅଗ୍ରାଧିକାର। ୨୦୨୫ ମାର୍ଚ୍ଚ ଯାଏ ଏମାନେ ନିୟୋଜିତ ହେବେ।

ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ଗାଇଡଲାଇନ ଅନୁଯାୟୀ, ଚଳିତ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଅତିଥି ଶିକ୍ଷକ ନିଯୁକ୍ତ କରାଯିବ। ଏହି ନିଯୁକ୍ତି ଜିଲ୍ଲା ଶିକ୍ଷା ଅଧିକାରୀମାନେ ଜିଲ୍ଲାପାଳଙ୍କ ଅନୁମୋଦନରେ କରିବେ। ନୂତନ ଭାବେ ଟିଜିଟି ଶିକ୍ଷକ ନିଯୁକ୍ତ ହେଲା ପରେ ଆଉ ସେହି ସ୍କୁଲରେ ଅତିଥି ଶିକ୍ଷକ ପାଠ ପଢାଇବା ନାହିଁ। ସେମାନଙ୍କୁ ଅନ୍ୟ ସ୍କୁଲ ଯେଉଁଠି ଶିକ୍ଷକଙ୍କ ଅବଶ୍ୟକତା ଥିବ ସେଠାରେ ନିୟୋଜିତ କରାଯିବ। ନିଯୁକ୍ତି ପରେ ସେମାନଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରଦାନ କରାଯିବ।

Comments are closed.