Latest Odisha News

BREAKING NEWS

ଥମୁନି କରୋନା; ବିଶ୍ବବ୍ୟାପୀ ୯୭ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୯୭,୭୬,୯୬୩ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି।

ଜନ ହପକିନ୍ସ ଯୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କରୋନା ଭାଇରସରେ ସଂକ୍ରମିତ ୨୦୦ରୁ ଅଧିକ ଦେଶରେ ଏଯାବତ୍ ୯୭ ଲକ୍ଷରୁ ଉର୍ଦ୍ଧ୍ୱ ଲକ୍ଷ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୪ ଲକ୍ଷ ୯୩ ହଜାରରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ଏହାବ୍ୟତିତ ପ୍ରାୟ ୫୩ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସମୟରେ ବିଶ୍ୱରେ ସର୍ବାଧିକ କରୋନା ସଂକ୍ରମିତ ଦେଶ ତାଲିକାରେ ପ୍ରଥମରେ ଆମେରିକା ରହିଥିବା ବେଳେ ବ୍ରାଜିଲ୍ ଦ୍ୱିତୀୟ ସ୍ଥାନରେ ରହିଛି । ଏହାଛଡା ତୃତୀୟରେ ଋଷ ରହିଥିବା ବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.