Latest Odisha News

BREAKING NEWS

ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ଶ୍ରାବଣୀଙ୍କୁ ପଛରେ ପକାଇଲେ ୟାରାଜୀ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ଶୁକ୍ରବାର ୧୨ରୁ ଊର୍ଦ୍ଧ୍ୱ ଆଥଲେଟ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେବେ ଲୋକାଲ ଫେଭରାଇଟ ଶ୍ରାବଣୀ ନନ୍ଦ ନିରାଶ କରିଛନ୍ତି । ମହିଳା ୧୦୦ ମିଟର ଦୌଡରେ ଶ୍ରାବଣୀଙ୍କୁ ପଛରେ ପକାଇ ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜୀ ବାଜି ମାରିଛନ୍ତି । ଜ୍ୟୋତି ୧୧.୪୬ ସେକେଣ୍ଡ ସମୟ ନେଇଥିବା ବେଳେ ଶ୍ରାବଣୀ ୧୧.୫୯ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ଏସିଆନ ଗେମ୍ସ କ୍ୱାଲିଫିକେଶନ ମାର୍କ ୧୧.୪୨ ସେକେଣ୍ଡ ରଖାଯାଇଛି ।

୪୦୦ ମିଟରରେ ହରିୟାଣାର ଅଞ୍ଜଳୀ ଦେବୀ(୫୧.୪୮ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ବିଭାଗରେ କ୍ୱାଲିଫିକେଶନ ମାର୍କ ୫୨.୯୬ ସେ. ରହିଛି । ୧୫୦୦ ମିଟରରେ ମଧ୍ୟପ୍ରଦେଶରେ କେଏମ ଦୀକ୍ଷା ପ୍ରଥମ ସ୍ଥାନରେ ରହିଥିଲେ । କ୍ୱାଲିଫିକେଶନ ମାର୍କ ୪:୧୫.୪୯ ସେକେଣ୍ଡ ସମୟ ଥିବା ବେଳେ ସେ ୪:୦୬.୦୭ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ୩୫ କିଲୋମିଟର ୱାକ ରେସରେ ପଞ୍ଜାବର ମଞ୍ଜୁ ରାନୀ ୩:୨୧:୩୧ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପୁରୁଷ ୧୦୦ ମିଟରରେ ତାମିଲନାଡୁର ଶିବକୁମାର ୧୦.୩୭ ସେକେଣ୍ଡ ସମୟ ନେଇ ପ୍ରଥମ ହାସଲ କରିଥିଲେ । ତେବେ ସେ କ୍ୱାଲିଫିକେଶନ ମାର୍କ ୧୦.୧୯ ସେକେଣ୍ଡଠାରୁ ପଛରେ ରହିଥିଲେ ।

ପୁରୁଷ ୪୦୦ ମିଟରରେ ଶ୍ରୀଲଙ୍କାର କଳିଙ୍ଗ କୁମାରାଗେ(୪୫.୬୪ସେକେଣ୍ଡ) କେରଳର ମହମ୍ମଦ ଅନାସ(୪୫.୭୬)ଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୮୦୦ ମିଟରରେ ହରିୟାଣାର କ୍ରିଷ୍ଣା କୁମାର (୧:୪୬.୧୭)ଓ ୩୫ କିମି ୱାକ ରେସରେ ହରିୟାଣାର ଜୁନୈଦ (୩:୦୦:୩୭) ପ୍ରଥମ ସ୍ଥାନରେ ରହିଥିଲେ ।

Leave A Reply

Your email address will not be published.