Latest Odisha News

BREAKING NEWS

ସିନେମା ହଲରେ ମାଙ୍କଡ : ରାମାୟଣ ପାଠ ଶୁଣିବାକୁ ମାଙ୍କଡ଼ ବେଶରେ ଆସିଲେ ପ୍ରଭୁ ହନୁମାନ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ସିନେମା ହଲରେ ପ୍ରଭୁ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ଛଡ଼ାଯାଇଛି । ଏସବୁ ଭିତରେ ଏକ ଭିିଡ଼ିଓ ଏବେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଗୋଟେ ମାଙ୍କଡ଼ ସିନେମା ହଲ ଭିତରକୁ ପଶି ଫିଲ୍ମ ଦେଖୁଥିବା ନଜର ଆସିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଫିଲ୍ମ ‘ଆଦିପୁରୁଷ’ ଚାଲିଥିବାବେଳେ ଗୋଟେ ମାଙ୍କଡ଼ ସିନେମା ହଲ ଝରକା ଉପରେ ଆସି ବସିଛି । କିଛି ସମୟ ସେଠାରେ ବସି ପରଦାକୁ ଚାହିଁ ରହିଛି । ପରେ ନିଜ ବାଟରେ ଫେରି ଯାଇଛି । ଏହି ଭିଡିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ମାଙ୍କଡ଼ ବେଶରେ ପ୍ରଭୁ ହନୁମାନ ‘ଆଦିପରୁଷ’ ଫିଲ୍ମ ଜରିଆରେ ରାମାୟାଣ ପାଠ ଶୁଣିବାକୁ ଆସିଛନ୍ତି ବୋଲି କେତେକ ମତ ରଖିଛନ୍ତି ।

ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଏହି ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ,ମାଲାୟାଲମ୍ , ତାମିଲ, ଏବଂ କନ୍ନଡ ଭାଷାରେ ରିଲିଜ୍ ହୋଇଛି । ଏହି ଫିଲ୍ମଟି ହାଇବଜେଟ୍‌ରେ ନିର୍ମିତ ହୋଇଛି । ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟିଫ୍ଲେକ୍ସ ଓ ଅଢେଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି । ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ବିଭିନ୍ନ ହଲରେ ସିନେମା ହାଉସଫୁଲ ରହିଛି ।

Leave A Reply

Your email address will not be published.