କଟକ: କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱର ପାଟଣା ସାହିରେ ଏକ ବାହାଘର ଭୋଜିରେ ପ୍ରାୟ ୪ ଶହ ଜଣ ଭୋଜି ଖାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ବୈଦେଶ୍ଵର୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ବୈଦେଶ୍ୱର ପାଟଣା ସାହିରେ ପଦ୍ମ ଚରଣ ସାହୁ ନାମକ ବ୍ୟକ୍ତିଙ୍କ ଝିଅ ବାହାଘରରେ ପ୍ରାୟ ଚାରି ଶହରୁ ଊର୍ଦ୍ଧ୍ବ ଲୋକ ଭୋଜି ଖାଇଥିଲେ। ମାତ୍ର ସୋମବାର ସକାଳୁ ଝାଡା ବାନ୍ତିରେ ଅନେକ ଆକ୍ରାନ୍ତ ହୋଇ ନିକଟସ୍ଥ ବୈଦେଶ୍ଵର୍ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।
ସନ୍ଧ୍ୟା ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହରେ ପହଞ୍ଚିଥିଲା। ରାତିରେ ଡାକ୍ତରଖାନାରେ ୩୯ଜଣ ଚିକତ୍ସିତ ହେଉଥିଲେ। ଏହି ଘଟଣା ପରେ ବୈଦେଶ୍ୱର ଥାନା ଆଇ.ଆଇ.ସି, ସ୍ଥାନୀୟ ସରପଞ୍ଚ ଡାକ୍ତରଖାନକୁ ଯାଇ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟଅବସ୍ଥା ବୁଝିଥିଲେ।
Comments are closed.