Latest Odisha News

BREAKING NEWS

ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

ଦେବଗଡ଼: ଥମୁନି ହାତୀ ମୃତ୍ୟୁ। ଦେବଗଡ଼ରେ ପୁଣି ହାତୀ ମୃତ୍ୟୁ ହୋଇଥିବା ସୂଚନା ଆସିଛି। ରିଆମାଳ ରେଂଜ କୁଣ୍ଢେଇଗୋଳା ସେକ୍ସନ୍ ଗରିଆପାଲୀ ଗାଁ ରାସ୍ତାରୁ ହାତୀ ମୃତଦେହ ଠାବ ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଳମ୍ବିତ ରାତି ଦନ୍ତାହାତୀ ପ୍ରାଣ ହରାଇଥିବା ଜଣାପଡିଛି। ଆଜି ସକାଳୁ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଦେହରେ ଲାଗିଥିବା ବିଦ୍ୟୁତ ତାର ହଟାଇଛନ୍ତି।

ବରହା ଶିକାର ପାଇଁ କିଛି ଦୁର୍ବୃତ୍ତ ବେଆଇନ ଭାବେ ବିଦ୍ୟୁତ ତାର ବିଛାଇଥିଲେ। ବନବିଭାଗର ଅବହେଳା ଯୋଗୁଁ ଉକ୍ତ ତାରରେ ଲାଗି ଦନ୍ତାହାତୀଟି ପ୍ରାଣ ହରାଇଥିବା ଜଣାପଡିଛି।

Comments are closed.