Latest Odisha News

BREAKING NEWS

ମୋର୍ଗାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ରାଜସ୍ଥାନ ସମ୍ମୁଖରେ ୧୯୨ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ଚଳିତ ଆଇପିଏଲରେ ରବିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଇଅନ ମୋର୍ଗାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ କୋଲକାତା ନାଇଟ ରାଇଡର୍ସ ୧୯୨ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ମୋର୍ଗାନ ୩୫ ବଲରୁ ୫ ଚୌକା ଓ ୬ଛକା ସହାୟତାରେ ୬୮ ରନ କରି ଅପରାଜିତ ରହିଥିଲେ । ଆନେ୍ଦ୍ର ରସେଲ ୧୧ ବଲରୁ ଦ୍ରୁତ ୨୫ ରନ ସଂଗ୍ରହ କରି ।

ମ୍ୟାଚରେ ବିଜୟ ହାସଲ କରି କୋଲକାତା ପ୍ଲେ ଅଫ ସାମିଲ ଲକ୍ଷ୍ୟରେ ରହିବ । ରାଜସ୍ଥାନ ପକ୍ଷରୁ ରାହୁଲ ତେୱାଟିଆ ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ । କାର୍ତିକ ତ୍ୟାଗୀ ୨ଟି, ଜୋଫ୍ରା ଅର୍ଚ୍ଚର, ଓ ଶ୍ରେୟାଶ ଗୋପାଳ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ । ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Comments are closed.