Latest Odisha News

BREAKING NEWS

ଗାଁରେ ପହଞ୍ଚିଲା ଓଡିଆ ଯବାନ ଅଜିତଙ୍କ ମରଶରୀର, ସହିଦଙ୍କୁ ଝୁରୁଛି ଜନ୍ମମାଟି

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରରେ ଘଟିଥିବା ବର୍ବରୋଚିତ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡିଆ ଯବାନଙ୍କ ମରଶରୀର ଗୁରୁବାର ଦିନ ତାଙ୍କ ପୈତୃକ ଗ୍ରାମ ଢେଙ୍କାନାଳରେ ପହଞ୍ଚିଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଅଜିତ ସାହୁଙ୍କ ପାର୍ଥୀବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ସେନାପକ୍ଷରୁ ଏହି ବୀର ଯବାନଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ରାଜ୍ୟପାଳ ଗଣେଶୀ ଲାଲ୍ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଆହୁରି ମଧ୍ୟ ତାଙ୍କ ମରଶରୀରକୁ ନିଜ ଗ୍ରାମ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବଡସୁଆଁଳ ଗ୍ରାମକୁ ନିଆଯାଇଛି ।

ଦେଶପାଇଁ ପ୍ରାଣବଳୀ ଦେଇଥିବା ଏହି ବୀର ଯବାନଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଅଧିକ ପଢନ୍ତୁ: ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ସୋମବାର ଦିନ ତଥା ଜୁନ୍ ୧୭ରେ ଘଟିଥିବା ଆଇଇଡି ବିସ୍ଫୋରଣରେ ଜଣେ ଓଡିଆ ଯବାନ ସହିଦ ହୋଇଥିଲେ ।

Leave A Reply

Your email address will not be published.