Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ

ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାରେ ସୋମବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି ।

ସହିଦ ଯବାନଙ୍କ ନାମ ଅଜିତ ସାହୁ ଏବଂ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବଡସୁଆଁଳ ଗ୍ରାମ ବୋଲି ଜଣାପଡିଛି ।

ଏନେଇ ଆଜି ସକାଳେ ତାଙ୍କ ଘରକୁ ଫୋନ ଯୋଗେ ସୂଚନା ପ୍ରଦାନ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅଜିତ ୨୦୧୫ ମସିହାରେ ସେନାରେ ଯୋଗ ଦେଇଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଅନନ୍ତନାଗ ଜିଲ୍ଲାରେ ନିକଟସ୍ଥ ଏକ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା ହୋଇଥିଲା ବେଳେ ସୁରକ୍ଷାକର୍ମୀଙ୍କ ଏହାର ପାଲଟା ଜବାବ ଦେଇଥିଲେ । ତେବେ ଦୁର୍ଭାଗ୍ୟବଶତଃ ଏହି ଏନକାଉଣ୍ଟର ବେଳେ ୨ ଜଣ ଯବାନ ସହିଦ ହୋଇଥିଲେ ।

ଅପରପକ୍ଷରେ ଏହି ଓଡିଆ ଯବାନଙ୍କ ପାର୍ଥୀବ ଶରୀର ମଙ୍ଗଳବାର ଦିନ ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପରେ ସେଠାରୁ ତାଙ୍କ ମରଶରୀରକୁ ପୈତୃକ ଗ୍ରାମ ଢେଙ୍କାନାଳ ଅଭିମୁଖେ ନିଆଯିବ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.