Latest Odisha News

BREAKING NEWS

ଆଜି ଭୁବନେଶ୍ୱରରେ ପହଞ୍ଚିବ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର : ଓଡିଶାର ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାଶଙ୍କ ପାର୍ଥୀବ ଶରୀର ଶନିବାର ଦିନ କାଣ୍ଠମାଣ୍ଡୁରୁ ଆସି ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବ ।

କଳ୍ପନାଙ୍କ ଅନ୍ତିମ ଦର୍ଶନ ନିମନ୍ତେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କଳିଙ୍ଗ ଷ୍ଟାଡିୟମ ପରିସରରେ ରାତି ୯ଟା ୩୦ମି.ରୁ ୧୦ଟା ୩୦ମି. ଯାଏଁ ତାଙ୍କର ମରଶରୀରକୁ ରଖାଯିବ ।

ବିଶେଷତଃ ଆନୁଷ୍ଠାନିକ ଭାବେ ସମସ୍ତ ସରକାରୀ ଯାଞ୍ଚ ସରିବା ପରେ ଗୁରୁବାର ଦ୍ୱିପ୍ରହର ବେଳେ ତାଙ୍କ ଶରୀରକୁ ଲୁକ୍ଲା ବେସ କ୍ୟାମ୍ପରୁ କାଠମାଣ୍ଡୁ ଅଣାଯାଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶା ସରକାର ଅବଗତ କରିଥିଲେ ଯେ, ଲୁକ୍ଲାରୁ କଳ୍ପନାଙ୍କ ଶରୀର ସଫଳତାର ସହିତ ସେରପାମାନଙ୍କ ଦ୍ୱାରା ବେସ୍ କ୍ୟାମ୍ପକୁ ଅଣାଯାଇଥିଲା । ସରକାରୀ ଯାଞ୍ଚ ପରେ ତାଙ୍କର ପାର୍ଥିବ ଶରୀରକୁ କାଠମାଣ୍ଡୁକୁ ସ୍ଥାନନ୍ତ୍ରିତ କରାଯାଇଥିଲା ।

ଏଭରେଷ୍ଟ ଶୃଙ୍ଗରୁ ଅବତରଣ କରୁଥିବା ବେଳେ ମେ’ ୨୩ ତାରିଖରେ କଳ୍ପନାଙ୍କ ମୃତ୍ୟୁ ଘଟିଥିଲା । ମାଉଣ୍ଟ ଏଭରେଷ୍ଟର ୮,୬୦୦ ମିଟର ଉଚ୍ଚତାର ସମତଳରେ ଥିବା ସମୟରେ ତାଙ୍କର ପ୍ରାଣହାନୀ ଘଟିଥିଲା । ଏକ ତିନିଜଣିଆ ପର୍ବତାରୋହୀ ଦଳରେ ୫୩ ବର୍ଷ ବୟସ୍କା କଳ୍ପନା ସାମିଲ୍ ରହିଥିଲେ ।

Leave A Reply

Your email address will not be published.