Latest Odisha News

BREAKING NEWS

ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା

କଟକ : ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଧର୍ମପତ୍ନୀ ପ୍ରବୀଣା ମହାନ୍ତିଙ୍କ ଶୁକ୍ରବାର ରାତିରେ ହୃଦଘାତରେ ଦେହାନ୍ତ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତିଙ୍କ ଝିଅ ବାହାଘରରେ ସାମିଲ ହେବା ପାଇଁ ପ୍ରାୟ ରାତି ସାଢେ ୧୦ଟା ବେଳେ ପ୍ରବୀଣାଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଯାଇଥିଲେ । ପରେ ଅଚାନକ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ମେଡିକାଲ ଅଣାଯାଉଥିବାବେଳେ ରାସ୍ତାରେ ହିଁ ପ୍ରବୀଣାଙ୍କ ଦେହାନ୍ତ ଘଟିଥିବା ନେଇ ପରିବାର ସୁତ୍ରରୁ ପ୍ରକାଶ।

ପରବର୍ତ୍ତୀ ସମୟରେ ତାଙ୍କ ପାର୍ଥୀବ ଶରୀରକୁ ଶେଖବଜାର ସ୍ଥିତ ‘ବିଚିତ୍ରବର୍ଣ୍ଣା’ ବାସଭବନକୁ ଅଣାଯାଇଥିଲା । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଅନେକ ଓଲିଉଡ କଳାକାରମାନେ ତାଙ୍କର ଶେଷ ଦର୍ଶନ କରିଥିଲେ ।

ପ୍ରବୀଣାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ମିତ୍ରଭାନୁ ଓ ଚିତ୍ରଭାନୁ ଏବଂ ପୁତ୍ରବଧୂ ଅନିତା, ଅନୁଜା ଓ ତିନି ଝିଅ ଶ୍ରୀଲେଖା, ଶ୍ରୀୟା ଓ ପ୍ରିୟା ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, ୧୯୪୬ ମସିହାରେ ଜଗତସିଂହପୁର ଜିଲ୍ଲା ରାହାମାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ପ୍ରବୀଣା ମହାନ୍ତି ୧୯୬୭ ମସିହାରେ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.