Latest Odisha News

BREAKING NEWS

ଅଫେରା ରାଇଜରେ ସରପଞ୍ଚ ବାବୁ: ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର

ଭୁବନେଶ୍ଵର:

ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ…

ଏଇ ଚିତା ଥିଲା କାଲି ତୋ ପାଦ ଅଳତା…

ଏ ଅଳତା ପାଇଁ ନିତି ଜାଳୁଥିଲୁ ସଳିତା…

ଜଳେ ଲୋ ଜଳି ପାଇଁଶ ହୁଏ ଏ ସଳିତା ଲୋ…

ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ…

ଏ ଥିଲା ସେ ଦିନର କ୍ୟାମେରା ପଛର କାହାଣୀ । ଆଉ ଏବେ ବାସ୍ତବ ଜୀବନରେ ଚିତାରେ ଜଳିଲେ ଉଦଣ୍ଡୀ ସୀତାଙ୍କ ରାମ । ସୀତାଙ୍କୁ ଏକା କରି ସବୁଦିନ ପାଇଁ ଅଫେରା ରାଇଜରେ ଦଣ୍ଡା ବାଳୁଙ୍ଗା । ଝୁରୁଛି ଓଡିଆ, କାନ୍ଦୁଛି ଓଡିଶା । ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର । ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସଂପନ୍ନ ହେଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ଉତ୍ତମଙ୍କ ଚିତାରେ ମୁଖାଗ୍ନି ଦେଇଛନ୍ତି ପୁଅ ଅଭିନେତା ବାବୁସାନ୍ ।

ନିଜ ଯାଦୁକରୀ ଅଭିନୟରେ ଉତ୍ତମ ସର୍ବୋତ୍ତମ ସାବ୍ୟସ୍ତ ହୋଇଥିଲେ । ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ଲାଗିଛି।  ଅଫେରା ରାଇଜରେ ଉତ୍ତମ ମହାନ୍ତିଙ୍କୁ ଝୁରୁଛନ୍ତି ପରିବାର ଏବଂ ପ୍ରଶଂସକ । ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ଶ୍ରେଷ୍ଠ ଅଭିନେତା ଭାବେ ୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର, ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ।

Comments are closed.