Latest Odisha News

BREAKING NEWS

ଏକାଠି ଆସୁଛନ୍ତି ସୁନିଲ ସେଟ୍ଟି ଓ କାଜଲ ଅଗ୍ରୱାଲ !

ତେଲେଙ୍ଗାନା: ପୋଲିସ ଅବତାରରେ ସୁନିଲ ସେଟ୍ଟି । ଭିଲେନ୍ ଅବତାରରେ ଟଲିଉଡ୍ ବ୍ୟୁଟି କାଜଲ ଅଗ୍ରୱାଲ । କେମିଷ୍ଟ୍ରୀ ଅଜବ ଥିଲେ ବି ଦୁହେଁ ପରସ୍ପରକୁ ଅନ୍‌ସ୍କ୍ରିନରେ କଡା ଟକ୍କର ଦେବେ । ଖୁବଶୀଘ୍ର ଏହି ଦୁଇ ଆକ୍ଟରଙ୍କୁ ଏକାଠି ବଡ ପରଦାରେ ଦେଖିବାକୁ ମିଳିବ ।

ତେଲୁଗୁ ଫିଲ୍ମ ମୋସାଗାଲୁରେ କାଜଲ ଅଗ୍ରୱାଲ, ସୁନିଲ ସେଟ୍ଟି ଓ ବିଷ୍ଣୁ ମଂଚୁ ଏକାଠି ନଜର ଆସିବେ । ଆକ୍ଟର ବିଷ୍ଣୁ ଛୋଟବେଳର ସାଙ୍ଗ ହୋଇଥିବାରୁ ଖୋଦ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଫିଲ୍ମର ଟିଜର୍‌କୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

ଏହି ପାୱାର ପ୍ୟାକ୍‌ଡ ଫିଲ୍ମରେ ବିଷ୍ଣୁ ଓ କାଜଲଙ୍କୁ ନେଗେଟିଭ କିର୍ଦାରରେ ଦେଖିବାକୁ ମିଳିବ । ଦୁହେଁ ଭାଇ ଓ ଭଉଣୀ ଭାବେ ଆଇଟି ସ୍କାମ୍‌ରେ ସଂପୃକ୍ତ ଥିବାବେଳେ ପୋଲିସ ଭାବେ ସୁନିଲ ସେମାନଙ୍କ ରାସ୍ତାର କଣ୍ଟା ସାଜିଛନ୍ତି । ଫିଲ୍ମଟି ତେଲୁଗୁ ଭର୍ସନ ଛଡା ତାମିଲ, ମଲୟାଲମ, କନ୍ନଡ ଓ ହିନ୍ଦୀ ଭର୍ସନରେ ଦର୍ଶକଙ୍କ ସାମ୍ନାକୁ ଆସିବ ।

Leave A Reply

Your email address will not be published.