Latest Odisha News

BREAKING NEWS

କୋହଲିଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ରାଜସ୍ଥାନକୁ ୮ ଉଇକେଟରେ ହରାଇଲା ବାଙ୍ଗାଲୋର

ଦୁବାଇ: ଏଠାରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ମ୍ୟାଚରେ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ରାଜସ୍ଥାନ ପ୍ରଦତ ୧୫୫ ରନର ବିଜୟ ଲକ୍ଷ୍ୟକୁ ବାଙ୍ଗାଲୋର ୧୯.୧ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା । ଦେବଦତ ପାଡିକଲଙ୍କ ୬୩ ରନର ଇନିଂସ ପରେ କୋହଲି ୫୩ ବଲରୁ ୭୨ (ନଟଆଉଟ) ରନ ସଂଗ୍ରହ କରି ଦଳକୁ ସହଜରେ ବିଜୟୀ କରାଇଥିଲେ ।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୫୪ ରନ କରିଥିଲା । ମହୀପାଲ ଲୋମାର ଗୁରୁତ୍ୱପୂର୍ଣ୍ଣ ୪୭ ରନ ସଂଗ୍ରହ କରିବାରୁ ଦଳ ଏକ ଆଭରେଜ ସ୍କୋର କରିପାରିଥିଲା । ରାହୁଲ ତେୱାଟିଆ ୨୪ ରନ କରି ଅପରାଜିତ ରହିଥିଲେ । ବାଙ୍ଗାଲୋର ପକ୍ଷରୁ ୟୁଜଭେନ୍ଦ୍ର ଚହଲ ୩ଟି ଏବଂ ଇଶ୍ରୁ ଉଡାନା ୨ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.