Latest Odisha News

Moscow Shopping Centre: ମସ୍କୋର ଏକ ସପିଂ ସେଣ୍ଟରରେ ବିରାଟ ବିସ୍ଫୋରଣ; ଜଣେ ମୃତ, ୩ ଗୁରୁତର

ମସ୍କୋ: ମସ୍କୋର ଏକ ସପିଂ ସେଣ୍ଟରରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବେଳେ ୩ ଜଣ ଜଣ ଗୁରୁତର ଆହତ ହୋଇଛନ୍ତି । ରିଲିଫ୍ ଏବଂ ଉଦ୍ଧାର ଦଳ ସହିତ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବିସ୍ଫୋରଣ ପରେ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ସୂଚନାମୁତାବକ, ରବିବାର ଦିନ ମସ୍କୋର କେନ୍ଦ୍ରୀୟ ସ୍ଥାନରେ ଥିବା ଲୁବ୍ୟାଙ୍କା ସ୍କୋୟାରରେ ଅବସ୍ଥିତ ସେଣ୍ଟ୍ରାଲ୍ ଚିଲଡ୍ରେନ୍ସ ଷ୍ଟୋର୍ ସପିଂ ମଲର ତୃତୀୟ ମହଲାରେ ଏହି ବିସ୍ଫୋରଣ ଘଟିଥିଲା । ସେହି ସମୟରେ ସପିଂ ସେଣ୍ଟରରେ ଅନେକ ଲୋକ ଉପସ୍ଥିତ ଥିଲେ । ଏକ ରିପୋର୍ଟ ଅନୁଯାୟୀ, ଜରୁରୀକାଳୀନ ସେବା କହିଛି ଯେ ବିସ୍ଫୋରଣ ଏକ ଗ୍ୟାସ୍ ସିଲିଣ୍ଡର ଯୋଗୁଁ ହୋଇଥିଲା ।

ମସ୍କୋର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛିଯେ, ଦୁଇ ଜଣ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସହରର ମେୟର ସେରଗେଇ ସୋବୟାନିନ୍ କହିଛନ୍ତି ଯେ, ଏହି ଘଟଣା ସମ୍ଭବତଃ ଉପକରଣରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଛି । ଏଥିସହ ବିସ୍ଫୋରଣ ପରେ କୋଠାକୁ ସମ୍ପୂର୍ଣ୍ଣ ଖାଲି କରାଯାଇଥିଲା । ଏହାପରେ ରୁଷର ତଦନ୍ତ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.