Latest Odisha News

BREAKING NEWS

ନିର୍ବାଚନ ଦିନେ ଅଧିକାଂଶ ଆମେରିକୀୟ ଦେଖୁଥିଲେ ପର୍ଣ୍ଣ: ଆସିଲା ରୋଚକ ତଥ୍ୟ

ନୂଆଦିଲ୍ଲୀ: ଆମେରିକାରେ ଭୋଟ୍ ଦେବା ଦିନ ଲୋକମାନେ ଇଣ୍ଟରନେଟରେ କ’ଣ ଦେଖୁଥିଲେ? ଏହି ବିଷୟକୁ ନେଇ ଏକ ରିପୋର୍ଟ ଆସିଛି, ଯେଉଁଥିରେ ବହୁତ ରୋଚକ ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ନଭେମ୍ବର ୫ ତାରିଖରେ ଆମେରିକୀୟ ଲୋକମାନେ ପର୍ଣ୍ଣ ଭିଡିଓ ଦେଖୁଥିଲେ। ଏଡଲ୍ଟ ୱେବସାଇଟ ପର୍ଣ୍ଣ ହବ୍ ଏହି ଦିନେ ନିଜର ଟ୍ରାଫିକ୍‌ରେ ୭ ପ୍ରତିଶତ ସ୍ପାଇକ ରେଡର୍ଡ କରିଛି।

ଏଠାରେ ବିଶେଷ କଥା ହେଉଛି ଟ୍ରାଫିକ ଉଭୟ ବ୍ଲୁ ଏବଂ ରେଡ ଷ୍ଟେଟ୍ସରେ ଦର୍ଶାଯାଇଛି। ଏଠାରେ ବ୍ଲୁ ଷ୍ଟେଟକୁ ଡେମୋକ୍ରେଟ୍ସ ସମର୍ଥକ ଧରାଯାଉଥିବା ବେଳେ ରେଡ ଷ୍ଟେଟରେ ରିପ୍ଲବିକାନକୁ ସମର୍ଥନ ମିଳେ। ରିପୋର୍ଟ ଅନୁଯାୟୀ ଏଡଲ୍ଟ ୱେବସାଇଟରେ ସକାଳ ୮ରୁ ୯ ଟା ଭିତରେ ସବୁଠାରୁ ଅଧିକ ଲୋକେ ଭିଜିଟ୍ କରିଥିଲେ। ଆମେରିକା ନିର୍ବାଚନ ଦିନ ଅନ୍ୟାନ୍ୟ ରାଜ୍ୟରେ ଭିନ୍ନ ଭିନ୍ନ କି-ୱାର୍ଡ୍ସ ବ୍ୟବହାର କରିଥିଲେ। ନ୍ୟୁୟୋର୍କ ପୋଷ୍ଟ ମୁତାବକ କାର୍ଲିଫୋର୍ନିୟାରେ ୟୁଜର୍ସମାନେ ଥିକ୍ ‘ଆଣ୍ଡ କର୍ଭି’ ସର୍ଚ୍ଚ କରିଥିଲେ। ସେହିପରି କୋଲୋରାଡୋରେ ‘ନୋ ନଟ ନମ୍ବର’ ଏବଂ ଫ୍ଲୋରିଡାରେ ‘ମାଗା’ ସର୍ଚ୍ଚ କରାଯାଇଥିଲା।

ସୂଚନା ଥାଉକି ମାଗା ମେକ୍ ଆମେରିକା ଗ୍ରେଟ୍ ଏଗେନ୍‌ର ସର୍ଟ ଫର୍ମ ଅଟେ। ଏହି ନାରା ଡୋନାଲ୍ଡ ଟ୍ରମ୍ପ ଦେଇଥିଲେ। ସେହିପରି ସ୍ୱିଂଗ ଷ୍ଟେଟ୍ସରେ ମଧ୍ୟ ଭିନ୍ନ ଭିନ୍ନ ନାଁରେ ୱେବସାଇଟରେ ପର୍ଣ୍ଣ ସର୍ଚ୍ଚ କରାଯାଇଥିଲା। ପର୍ଣ୍ଣହବ୍ ମୁତାବକ ୱାଶିଂଟନ, ବ୍ୟୋମିଂ, ନ୍ୟୁ ମ୍ୟାକ୍ସିକୋ, ନର୍ଥ ଡକୋତା ଏବଂ ସାଉଥ ଡକୋତା ଭିନ୍ନ ଭିନ୍ନ ଶବ୍ଦ ପ୍ରୟୋଗ କରି ପର୍ଣ୍ଣ ସର୍ଚ୍ଚ କରିଥିଲା। ପର୍ଣ୍ଣହବ୍ ୧୪ ରାଜ୍ୟରୁ କିଛି ବି ତଥ୍ୟ ହାସଲ କରିପାରିନାହିଁ। କାରଣ ଏହି ସବୁ ରାଜ୍ୟରେ ଏଡଲ୍ଟ କଣ୍ଟେଣ୍ଟ ୱେବସାଇଟକୁ ବ୍ୟାନ କରାଯାଇଛି। ନିର୍ବାଚନ ସନ୍ଧ୍ୟା ୬ଟାରୁ ଅଧାରାତି ପର୍ଯ୍ୟନ୍ତ ପର୍ଣ୍ଣ ୱେବସାଇଟ ୧୬ ପ୍ରତିଶତ ହ୍ରାସ ପାଇଥିଲା। କାରଣ ନିର୍ବାଚନ ଫଳାଫଳ ଦେଖିବା ପାଇଁ ସମସ୍ତ ପର୍ଣ୍ଣୱେବସାଇଟକୁ ପ୍ରତିବନ୍ଧକ କରାଯାଇଥିଲା।

Comments are closed.