Latest Odisha News

BREAKING NEWS

ଦୁନିଆର ସବୁଠୁ ଦାମୀ ଫଳ, ମୂଲ୍ୟ ଏତେ ଯେ ହାତ ମାରି ହେବନି

ଜାପାନ: ଖାଦ୍ୟ ଏବଂ ପାନୀୟ ବିଷୟରେ କହିବାକୁ ଗଲେ ଦୁନିଆର ପ୍ରତ୍ୟେକ କୋଣରେ ବସବାସ କରୁଥିବା ଲୋକଙ୍କର ନିଜସ୍ୱ ସ୍ୱାଦ ରହିଆସିଛି । ଯେମିତି କାଶ୍ମୀରର ଆପଲ ଆମ ଦେଶରେ ପ୍ରସିଦ୍ଧ, ଆଫଗାନିସ୍ତାନର କାବୁଲରେ ଉତ୍ପାଦିତ ବାଦାମ ବିଶ୍ୱରେ ପ୍ରସିଦ୍ଧ । ଆଫଗାନିସ୍ତାନରେ ଉତ୍ପାଦିତ ଡାଳିମ୍ବ ଅତ୍ୟନ୍ତ ସ୍ୱାଦିଷ୍ଟ । ଏମିତିି ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଫଳ ରହିଛି, ଯାହା ବିଶ୍ୱ ପ୍ରସିଦ୍ଧ । ବିଶ୍ୱରେ କେତେ ପ୍ରକାରର ଫଳ ଅଛି ତାହାର ଠିକଣା ନାହିଁ । ଆଜି ଆମେ ଏପରି ଏକ ଫଳ ବିଷୟରେ କହୁଛୁ, ଯାହା ଦୁନିଆର ସବୁଠାରୁ ମହଙ୍ଗା ଫଳ । ଏହି ଫଳର ମୂଲ୍ୟ ଏତେ ଯେ, ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେ ଯେଉଁ ଫଳ ବିଷୟରେ କହୁଛୁ ତାହା ହେଉଛି ଏକ ବିଶେଷ ପ୍ରକାରର ତରଭୁଜ । ଏହାକୁ ୟୁବାରୀ ମେଲନ୍ କୁହାଯାଏ । ଗୋଟିଏ ତରଭୁଜର ମୂଲ୍ୟ ଗୋଟିଏ ତୋଳା ସୁନା ସହିତ ସମାନ । ପ୍ରଥମେ ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଏକ କିଲୋଗ୍ରାମ ୟୁବାରୀ ତରଭୁଜର ମୂଲ୍ୟ ପ୍ରାୟ ୨୦ ହଜାର ଟଙ୍କା । ଗୋଟିଏ ତରଭୁତର ଓଜନ ଅଢେଇ କେଜିରୁ ୩ କେଜି ହୋଇଥାଏ । ତେଣୁ ଗୋଟେ ତରଭୂତର ମୂଲ୍ୟ ୫୦ରୁ ୬୦ ହଜାର ଟଙ୍କା ହୋଇଥାଏ । ତେଣୁ ଏହାକୁ ସୁନା ଦର ସହିତ ତୁଳନା କରାଯିବା ସ୍ୱଭାବିକ ।

ବିଶେଷକରି ଏହି ତରଭୁଜ ଜାପାନର ଏକ ବଡ ଦ୍ୱୀପ ହୋକେଡୋରେ ଉତ୍ପାଦିତ ହୋଇଥାଏ । ଏହି ସ୍ୱତନ୍ତ୍ର ତରଭୁଜ ଏହି ସହରରେ କେବଳ ଚାଷ କରାଯାଇଥାଏ ।
ବାସ୍ତବରେ, ଜାପାନର ୟୁବାରୀ ଅଞ୍ଚଳ ବହୁତ ସୁନ୍ଦର ସ୍ଥାନ । ଏହାର ଚତୁର୍ଦ୍ଦିଗରେ ପାହାଡ ଘେରି ରହିଛି । ଏହି ଚାଷ ପାଇଁ ଏଠାକାର ଅନୂକଳ ପାଣିପାଗ ଠିକ୍ ହୋଇଥାଏ । ଏହି ତରଭୁଜର ଭିତର ଅଂଶ କମଳା ରଙ୍ଗର । ଏହାର ସ୍ୱାଦ୍ ଠିକ୍ ଅମୃତଭଣ୍ଡା ପରି । ପାଟିରେ ରଖିବା ମାତ୍ରେ ଏହା ମିଳେଇ ଯାଇଥାଏ । ଏହାର ବାହ୍ୟ ଅଂଶ ସାମାନ୍ୟ ସବୁଜ । ଏହା ଉପରେ ହାଲକା ଧଳା ରଙ୍ଗ ରହିଥାଏ । ତରଭୁଜ ଉପରେ ଯେତେ ଅଧିକ ଷ୍ଟ୍ରାଇପ୍ ହେବ, ତାହା ସେତେ ସ୍ୱାଦିଷ୍ଟ ହୋଇଥାଏ । ଏହି ଚାଷ ବହୁତ ଯତ୍ନର ସହିତ କରାଯାଇଥାଏ । ଗଛରେ ଫଳ ଧରିବା ସମୟରେ ଚାଷୀମାନେ ଏହା ତଳେ ନରମ କପଡା ରଖନ୍ତି ଯାହାଫଳରେ ଫଳର ଆକାର ସୁନ୍ଦର ହୋଇଯାଏ । ଏହା ସହିତ, ଏହାକୁ ବିଶେଷ ପରଦା ଦ୍ୱାରା ଆଚ୍ଛାଦିତ କରାଯାଇଥାଏ,ଯାହାଦ୍ୱାରା ଏହି ଫଳଗୁଡ଼ିକ ଉପଯୁକ୍ତ ପରିମାଣର ସୂର୍ଯ୍ୟ କିରଣ ପାଇପାରିବେ । ଏହି ତରଭୁଜଗୁଡିକ ମେ ଏବଂ ଅଗଷ୍ଟ ମାସ ମଧ୍ୟରେ ଅମଳ କରାଯାଏ । ତା’ପରେ ବାହାରର ବ୍ୟବସାୟୀମାନେ ଆସି ଏହାକୁ ନେଇଥାନ୍ତି । ଏହି ସମୟରେ ଏଠାରେ ୟୁବାରୀ ମେଲନ୍ ଫେଷ୍ଟିଭାଲ୍ ଆୟୋଜିତ ହୋଇଆସୁଛିି ।

Leave A Reply

Your email address will not be published.