Latest Odisha News

BREAKING NEWS

ବୁଦ୍ଧ ଆର୍ଟ ଗ୍ୟାଲେରୀରେ ପାରମ୍ପରିକ ଶିଳ୍ପୀ ଶିବିର ଉଦଘାଟିତ

୪ ଦିନ ୩୧ ନାରୀ ଶିଳ୍ପୀ ଗଡ଼ିବେ କାଗଜ ମୁଖା ,ଗୋବର ଓ କାଠ କଣ୍ଢେଇ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସ୍ଥାନୀୟ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ପାରମ୍ପରିକ କାଗଜ ମୁଖା, ଗୋବର କଣ୍ଢେଇ ଓ କାଠ କାଣ୍ଢେଇ ଶିଳ୍ପୀଙ୍କୁ ନେଇ ଏକ ନାରୀ ଶିଳ୍ପୀ ଶିବିର ଉଦ୍ଘାଟିତ ହୋଇଯାଇଛି । ୩୧ ଜଣ ମହିଳା ଶିଳ୍ପୀଙ୍କୁ ନେଇ ଚାରିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଶିବିରକୁ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଏକାଡ଼େମୀ ସଭାପତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ ।

ଏହି ଶିବିରରେ ଶିଳ୍ପୀମାନେ ପାରମ୍ପରିକ କାଗଜ ମୁଖା ,ଗୋବର କଣ୍ଢେଇ ଓ କାଠ କଣ୍ଢେଇ ଗୁଡିକ ପ୍ରସ୍ତୁତ କରିବା ସହ ଦର୍ଶକମାନେ ଏଗୁଡିକର ପ୍ରସ୍ତୁତି ପ୍ରଣାଳୀକୁ ଦେଖିପାରିବେ । କଳା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ଶିକ୍ଷାଲାଭ କରି ନିଜ ସୃଜନଶୀଳ କଳାକୃତିରେ ବିନିଯୋଗ କରିପାରିବେ । ଏହି ଶିବିର ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଦର୍ଶକମାନଙ୍କ ଦେଖିବାପାଇଁ ଖୋଲା ରହିବ ।

 

Leave A Reply

Your email address will not be published.