Latest Odisha News

BREAKING NEWS

ଦ୍ରୌପଦୀଙ୍କୁ ସମର୍ଥନ କଲେ ଶିବସେନାର ଅଧିକାଂଶ ସାଂସଦ, ଏକଟୁିଆ ପଡିଗଲେ ସଞ୍ଜୟ ରାଉତ

ମୁମ୍ବାଇ: ବିଧାୟକ, କର୍ପୋରେଟର ପରେ ଏବେ ସାଂସଦକୁ ନେଇ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଚିନ୍ତିତ। ସୋମବାର ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଉଦ୍ଧବଙ୍କ ନେତୃତ୍ୱରେ ବୈଠକ ବସିଥିଲା। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବେ ନା ମିଳିତ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବେ ସେ ନେଇ ଆଲୋଚନା ହୋଇଥିଲା। ଅଧିକାଂଶ ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ବେଳେ ଏକୁଟିଆ ସଞ୍ଜୟ ରାଉତ ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିଥିବା ସୂଚନା ରହିଛି। ଏବେ ଚୂଡ଼ାନ୍ତ ନିଷ୍ପତ୍ତି ଉଦ୍ଧବ ଠାକରେ ନେବେ।

BjdElectrycity

ଶିବସେନା (ଉଦ୍ଧବ ନେତୃତ୍ୱାଧୀନ) ଏବଂ ବିଜେପି ମଧ୍ୟରେ ପୂର୍ବଭଳି ସମ୍ପର୍କ ନାହିଁ। ତେଣୁ ରାଷ୍ଟ୍ରପତି ନିର୍ବାଚନ ବେଳେ ଉଦ୍ଧବ କାହାକୁ ସମର୍ଥନ କରିବେ ତାଉପରେ ସମସ୍ତଙ୍କ ନଜର ରହିଛି।

ସୋମବାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ବସିଥିବା ବୈଠକରେ ଶିବସେନାର ୧୯ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଉପସ୍ଥିତ ଥିଲେ। ତେଣୁ ଏବେ ୭ ସାଂସଦ ଦଳର ବିଦ୍ରୋହୀ ବୋଲି କୁହାଯାଉଥିବା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଥିବା ସୂଚନା ରହିଛି। ଆଉ ବାକି ୧୨ ସାଂସଦଙ୍କ ମଧ୍ୟରୁ ୧୧ ଜଣ ଦ୍ରୌପଦୀଙ୍କୁ ସମର୍ଥନ କରିବେ ବୋଲି ଉଦ୍ଧବ ଠାକରେଙ୍କୁ ପ୍ରସ୍ତାବ ଦେଇଥିଲେ।

ତେବ ଉଦ୍ଧବ ଠାକରେ ଦ୍ରୌପଦୀ ମୁର୍ମୁ କିମ୍ବା ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିବେ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ। ହେଲେ ଏହା ପୂର୍ବରୁ ଉଦ୍ଧବ ଠାକରେ ସାଂସଦଙ୍କ ସମର୍ଥନକୁ ନେଇ ଚିନ୍ତିତ। କିନ୍ତୁ ଆଗାମୀ ଦିନରେ ଅଧିକାଂଶ ସାଂସଦମାନେ ଏକନାଥଙ୍କ ସମର୍ଥନରେ ରହିବେ ବୋଲି ଆଭାସ ମିଳିଛି।

ଏପରି ସ୍ଥିତିରେ ରାଜ୍ୟସଭା, ବିଧାନ ପରିଷଦ ନିର୍ବାଚନ ପରେ ରାଷ୍ଟ୍ରପତି ନିର୍ବାଚନ ବେଳେ ଉଦ୍ଧବଙ୍କ ଗୋଷ୍ଠୀ ସାଂସଦଙ୍କ ଦ୍ୱାରା ବିଦ୍ରୋହ ସାମ୍ନା କରିପାରନ୍ତି।

ଉଲ୍ଲେଖଯୋଗ୍ୟ, ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ରହିଛି। ଏନଡିଏ ପ୍ରାର୍ଥୀ ଦ୍ରୈପଦୀ ମୁର୍ମୁଙ୍କୁ ଅଣ ଏନଡିଏ ଦଳ ମଧ୍ୟ ସମର୍ଥନ ଘୋଷଣା କରିସାରିଛନ୍ତି। ତେଣୁ ଦ୍ରୌପଦୀ ରାଇସିନା ହିଲ୍ସରେ ବସିବେ ବୋଲି ଏକପ୍ରକାର ଥୟ ହୋଇଯାଇଛି। ଯଶଓ୍ୱନ୍ତ ସିହ୍ନା ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ନିର୍ବାଚନରେ ମିଳିତ ବିରୋଧୀର ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ଏହାରି ଭିତରେ ଟିଏମସିର ସୁପ୍ରିମୋ ମମତା ବାନାର୍ଜୀ କହିସାରିଛନ୍ତି, ଏନଡିଏ ପ୍ରାର୍ଥୀଙ୍କ ବାବଦରେ ଜାଣିଥିଲେ ସମର୍ଥନ ନେଇ ସେ ଚିନ୍ତା କରିଥାନ୍ତେ । ଏବେ କିନ୍ତୁ ସେ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି କହିଥିଲେ। କିନ୍ତୁ ଯଶଓ୍ୱନ୍ତ ସିହ୍ନାଙ୍କୁ ସେ ନିଜ ରାଜ୍ୟକୁ ପ୍ରଚାର କରିବାକୁ ସୁଯୋଗ ଦେଇନାହାନ୍ତି।

Leave A Reply

Your email address will not be published.