Latest Odisha News

BREAKING NEWS

ଆଜି କୋର୍ଟରେ ହାଜର ହେବେ ଉଦୟପୁର ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତ

ଉଦୟପୁର: ପ୍ରଫେଟ ମହମ୍ମଦ ବିବାଦ ସଂକ୍ରାନ୍ତୀୟ ଟେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ମାମଲାରେ ମଙ୍ଗଳବାର ସମସ୍ତ ଗିରଫ ଅଭିଯୁକ୍ତ କୋର୍ଟରେ ହାଜର ହେବେ । ସ୍ପେଶାଲ ଏନଆଇଏ କୋର୍ଟରେ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ହାଜର କରାଯିବ ।

BjdElectrycity

ପୂର୍ବରୁ ତଦନ୍ତକାରୀ ସଂସ୍ଥା ଏନଆଇ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ଅବଧି ୧୨ ତାରିଖରେ ଶେଷ ହେଉଥିବାରୁ ମଙ୍ଗଳବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବାକୁ ହେବ ବୋଲି ପବ୍ଲିକ ପ୍ରୋସିକ୍ୟୁଟର ଟି.ପି ଶର୍ମା କହିଛନ୍ତି ।

ଜୁନ୍ ୨୮ରେ, ଉଦୟପୁରରେ କହ୍ନେୟା ଲାଲ ନାମକ ଜଣେ ଟେଲରଙ୍କୁ ରିୟାଜ ଅଖତାରୀ ଏବଂ ଘୌସ ମହମ୍ମଦ ନାମକ ବ୍ୟକ୍ତିଙ୍କୁ ଦୋକାନରେ ହତ୍ୟା କରିଥିଲ । ଏହା ପରେ ହତ୍ୟାକାଣ୍ଡର ସଂପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ।

କହ୍ନେୟା ଲାଲ ବିବାଦୀୟ ମନ୍ତବ୍ୟ ଦେଇଥିବା ନୁପୂର ଶର୍ମାଙ୍କୁ ସମର୍ଥନ କରି ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଭିଡିଓରେ ହତ୍ୟାକାରୀ କହିଥିଲେ ।

ଘଟଣାର କିଛି ସମୟ ପରେ ମୁଖ୍ୟ ଅଭିଯୁକ୍ତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଦୁଇ ଦିନ ପରେ ଜୁନ ୩୦ ତାରିଖରେ ମୋହସିନ ଏବଂ ଅସିଫ୍ ଗିରଫ ହୋଇଥିଲେ ।

ଏହା ପରେ, ଏନଆଇଏ ତଦନ୍ତ ଭାର ନେଇ ମହମ୍ମଦ ମୋହସିନ, ଓ୍ବାସିମ ଅଲ୍ଲୀ ଏବଂ ଫରହାଦ ମହମ୍ମଦ ସେଖଙ୍କୁ ଗିରଫ କରିଥିଲା । ଏ ସମସ୍ତ ଅଭିଯୁକ୍ତ କୋର୍ଟରେ ଭିନ୍ନ ଭିନ୍ନ ଦିନରେ ହାଜର ହାେଇଥିଲେ । କିନ୍ତୁ ମଙ୍ଗଳବାର ଏନଆଇଏ ସମସ୍ତଙ୍କୁ ଏକା ସଙ୍ଗେ ହାଜର କରିବା ପାଇ ୧୨ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ ଅନୁରୋଧ କରିଥିଲା ।

Leave A Reply

Your email address will not be published.