Latest Odisha News

ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି: ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ତାତିରୁ ମିଳିଲା ତ୍ରାହି । ଗତକାଲି ପ୍ରବଳ ଖରା ହୋଇଥିବାବେଳେ ଆଜି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବାଲେଶ୍ୱର ଭଳି ଏକାଧିକ ସହରରେ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବ ଦ୍ୱାରା ରାଜ୍ୟରେ ବର୍ଷା ହେଉଛି ।

ଏହିପରି ପାଗ ଆଉ କିଛି ଘଣ୍ଟା ଯାଏଁ ରହିବ । ଫଳରେ ଖରା ଦାଉରୁ କିଛିଟା ତ୍ରାହି ମିଳିପାରିବ । ଗତକାଲି ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସେଠାରେ ପାରଦ ୪୪.୨ ଡିଗ୍ରୀ ସେଲସିୟସ ରହିଥିଲା ।ସେହିପରି ଗତ କିଛି ଦିନ ହେବ ରାଜ୍ୟରେ ଗ୍ରାଷ୍ମ ପ୍ରଭାବ ଦେଖିବାକୁ ମିଳିଥିଲା ।

ଗତକାଲି ରାଜ୍ୟର ୫ଟି ସହରର ତାପମାତ୍ରା ୪୩ ଉପରେ ରହିଥିବା ବେଳେ ୧୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ସେହିପରି ହୀରାକୁଦ ଏବଂ ଝାରସୁଗୁଡାରେ ୪୪ ଡିଗ୍ରୀ , ବରଗଡ ୪୩.୫ ଏବଂ ବଲାଙ୍ଗୀରରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ହୋଇଛି ।

Leave A Reply

Your email address will not be published.