Latest Odisha News

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ କମାଲ କରୁଛନ୍ତି ମାଆ-ପୁଅ ଯୋଡି

ଟୋକିଓ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ କମାଲ କରୁଛନ୍ତି ଇସ୍ରାଏଲର ମାଆ-ପୁଅ ଯୋଡି । ୬୪ ବର୍ଷୀୟା ଶ୍ୱେତଲେନା ଜିଲଭରମ୍ୟାନ ଓ ୩୩ ବର୍ଷୀୟ ମୀସା ମିକ୍ସଡ ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏଥିସହ ଶ୍ୱେତଲେନା ବିଶ୍ୱ ଚାମ୍ପିୟନଶିପରେ ବୟୋଜ୍ୟେଷ୍ଠ ମହିଳା ଭାବେ ମ୍ୟାଚ ଜିତିବା ଗୌରବ ଅର୍ଜନ କରିଛନ୍ତି । ଏହା ବ୍ୟତୀତ ଦୁଇ ସାଥୀ ଖେଳାଳିଙ୍କ ମଧ୍ୟରେ ଅନ୍ତର ମଧ୍ୟ ସବୁଠାରୁ ଅଧିକ ରହିଛି । ମୀସା ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ତାଙ୍କ ପାର୍ଟନର ନ ମିଳିବାରୁ ଶ୍ୱେତଲେନା ନିଜେ କୋର୍ଟକୁ ଓହ୍ଲାଇଥିଲେ । ମୀସାଙ୍କୁ ପିଲାବେଳୁ ସେ ପ୍ରଶିକ୍ଷଣ ମଧ୍ୟ ଦେଇ ଆସୁଛନ୍ତି । ଇସ୍ରାଏଲରେ ବ୍ୟାଡମିଂଟନକୁ ଏତେଟା ଗୁରୁତ୍ୱ ଦିଆଯାଏ ନାହିଁ ।

ମାତ୍ର ୩୦ ବର୍ଷ ବୟସରେ ମୀସା ଅବସର ନେବା କଥା ଚିନ୍ତା କରୁଥିବା ଜାଣିବା ପରେ ତାଙ୍କ ମାଆ ଚିନ୍ତିତ ହୋଇ ପଡିଥିଲେ । ଶେଷରେ ସେ ନିଜ ପୁଅକୁ ସାଥୀ କରି ଖେଳିବା ପାଇଁ ନିଷ୍ପତି ନେଇଥିଲେ । ଭଲ ପ୍ରଦର୍ଶନ କରି ଇସ୍ରାଏଲରେ ବ୍ୟାଡମିଂଟନ ପ୍ରତି ଯୁବ ପିଢ଼ୀଙ୍କୁ ଆକୃଷ୍ଟ କରିବା ଆମ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଉଭୟ ପ୍ରତ୍ୟେକ ଦିନ ୪ ଘଂଟା ଅଭ୍ୟାସ କରିଥାନ୍ତି । ଶ୍ୱେତଲେନା ୧୯୮୬ ୟୁରୋପୀୟ ଚାମ୍ପିୟନଶିପ ମହିଳ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Leave A Reply

Your email address will not be published.