Latest Odisha News

BREAKING NEWS

ବେଳାଭୂମିରେ ନରକଙ୍କାଳ କାହାର ?

ପୁରୀ: କୋଣାର୍କ ବେଳାଭୂମିରେ ନରକଙ୍କାଳ । ନୂଆନଈ ମୁହାଣ ଠାରୁ ରାମଚଣ୍ଡୀ ନଈ ମୁହାଣ ମଧ୍ୟରେ ନରକଙ୍କାଳ ପଡ଼଼ିଛି । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ନରକଙ୍କାଳ ନିକଟରେ ଏକ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ପଡ଼ିଛି । ଖବର ପାଇ ମେରାଇନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ନରକଙ୍କାଳ କାହାର ? ସମୁଦ୍ରରେ ଭାସି ଯାଇଥିବା କୌଣସି ବ୍ୟକ୍ତିର ନା କାହାରିକୁ ହତ୍ୟା ପରେ ଏଠି ଫୋପାଡ଼ି ଦିଆଯାଇଥିଲା । ସେନେଇ ସ୍ପଷ୍ଟ ହୋଇ ନାହିଁ । ପୋଲିସ ନରକଙ୍କାଳକୁ ଜବତ କରି ତଦନ୍ତ କରୁଛି ।

ଶରୀର ପୂରା ସଢ଼ି ଯାଇ କଙ୍କାଳ ଦେଖା ଯାଉଥିବା ବେଳେ ହାତ ଓ ଗୋଡ଼ ଅଧା ସଢ଼ା ଅବସ୍ଥାରେ ରହିଛି । କଙ୍କାଳର ହାତରେ ନୀଳ ରଙ୍ଗର ଟି-ସାର୍ଟ ଥିବାବବେଳେ ଅଣ୍ଟାରେ ଏକ ବେଲ୍ଟ ଲାଗିଥିବା ଦେଖିବାକୁ ମିଳିଛି । କଙ୍କାଳ ପାଖରେ ହଳଦିଆ ରଙ୍ଗର କପଡ଼ା ପଡ଼ିଛି । ନରକଙ୍କାଳକୁ ନେଇ କୋଣାର୍କରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Leave A Reply

Your email address will not be published.