Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୧୨ କିଲୋମିଟର କେମିତି ଯିବେ ଛାତ୍ରଛାତ୍ରୀ ?

ପାରାଦୀପ: ଟଙ୍କା ଦେଲେ, ତଥାପି ବସ୍ ନେଉନି । ୧୨ କିଲୋମିଟର କେମିତି ଯିବେ ଛାତ୍ରଛାତ୍ରୀ ? ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁଁ ଶତାଧିକ ଛାତ୍ରଛାତ୍ରୀ ସ୍କୁଲ୍ ଯିବାରୁ ବଞ୍ଚିତ ହୋଇଛନ୍ତି । ଆଉ ଯାହାକୁ ନେଇ ଦୋଛକିରେ ପଡ଼ିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାରୋକ କରିଥିଲେ । ପାରାଦୀପ-ଚଣ୍ଡିଖୋଲ ଓ ପାରାଦୀପ-କଟକ ରାସ୍ତାକୁ ଦୀର୍ଘ ସମୟ ଅବରୋଧ ପରେ ବି ସମାଧାନର ବାଟ ବାହାରି ପାରିନି ।

ଅଭିଯୋଗ ଅନୁସାରେ, ପାରାଦୀପ ବନ୍ଦର ପକ୍ଷରୁ ପାରାଦୀପ ଏନଏସି ବାଳକ ଓ ବାଳିକା ୨ଟି ହାଇସ୍କୁଲକୁ ଯିବା ଆସିବା ପାଇଁ ଏକ ବସ୍ ଯୋଗାଇ ଦିଆଯାଇଛି । ଏଥିପାଇଁ ଛାତ୍ରଛାତ୍ରୀ ମାନେ ବାର୍ଷିକ ୨୨୫୦ ଟଙ୍କା ମଧ୍ୟ ଦେଉଛନ୍ତି । ମାତ୍ର ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ବାର୍ଷିକ ବସ୍ ଭଡ଼ା ଦେଇଥିଲେ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ କିଛି ପିଲାଙ୍କ ଦେୟ ରଖିଥିବା ବେଳେ ଅନ୍ୟମାନଙ୍କ ଫେରାଇ ଦେଇଛନ୍ତି ।

ଫଳରେ ଯେଉଁମାନଙ୍କର ବସ୍ ଭଡ଼ା ବନ୍ଦର ପ୍ରଶାସନ ରଖିଛନ୍ତି ସେହିମାନେ ହିଁ ବସରେ ଯିବା ଆସିବା କରୁଛନ୍ତି । ଅନ୍ୟ ଛାତ୍ରଛାତ୍ରୀ ଦୀର୍ଘ ୧୦ରୁ ୧୨ କିଲୋମିଟର କିଭଳି ଯିବେ ତାକୁ ନେଇ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ । ପୋଲିସର ହସ୍ତକ୍ଷେପ ପରେ ଆଜି ରାସ୍ତାରୋକ ହଟିଥିବା ବେଳେ ପିଲାଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ହୋଇନି । ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ଅଭିଭାବକ ।

Leave A Reply

Your email address will not be published.