Latest Odisha News

BREAKING NEWS

ବଢିଲା ମଦର ଡାଏରୀ କ୍ଷୀରର ଦାମ; ବର୍ଷକରେ ୫ମ ଥର ଦର ବୃଦ୍ଧି କଲା କମ୍ପାନୀ

ନୂଆଦିଲ୍ଲୀ: ବଢିଲା ମଦର ଡାଏରୀ କ୍ଷୀରର ଦାମ । ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କଲା କମ୍ପାନୀ । ଫୁଲ କ୍ରିକ, ଟୋନ୍ଡ ଏବଂ ଡବଲ ଟୋନ୍ଡ କ୍ଷୀର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ଏହି ଦାମ କେବଳ ଦିଲ୍ଲୀ ଏନସିଆରରେ ଲାଗୁ ହୋଇଛି । ବର୍ଦ୍ଧିତ ଦର ଡିସେମ୍ବର ୨୭ ମଙ୍ଗଳବାରଠାରୁ ଲାଗୁ ହେବ ।  ତେବେ ଗାଈ କ୍ଷୀର ଏବଂ ଟୋକନ ମିଲ୍କର ଦାମରେ କୌଣସି ବୃଦ୍ଧି ଘଟିନାହିଁ ।

କମ୍ପାନୀର କହିବା ଅନୁଯାୟୀ, କଞ୍ଚା କ୍ଷୀରର ଦାମରେ ୨୪ ପ୍ରତିଶତ ବୃଦ୍ଧି ଘଟିଛି । ଯେଉଁଥିପାଇଁ ଏପରି ଦରବୃଦ୍ଧି କରାଯାଇଛି । ସୂଚନାଥାଉ କି, ମଦର ମିଲ୍କ ଚଳିତ ବର୍ଷ ଏଥରକୁ ମିଶାଇ ୫ ଥର ଦର ବୃଦ୍ଧି କରିପାରିଲାଣି ।

ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଦର ଡାଏରୀ ୩୦ ଲକ୍ଷ ଲିଟରରୁ ଅଧିକ କ୍ଷୀର ବିକ୍ରି କରିଥାଏ । ବର୍ଦ୍ଧିତ ଦରର ଦାମ ଅନୁସାରେ, ଫୁଲ କ୍ରିମ କ୍ଷୀରର ଦାମ ଲିଟର ପିଛା ୬୬ ଟଙ୍କା ଥିବାବେଳେ ଟୋନ୍ଡ କ୍ଷୀରର ଦାମ ୫୩ ଏବଂ ଡବଲ ଟୋନଡ କ୍ଷୀରର ଦାମ ବୃଦ୍ଧି ପାଇଁ ଲିଟର ପିଛା ୪୭ ଟଙ୍କା ରହିଛି ।

 

 

Comments are closed.