Latest Odisha News

BREAKING NEWS

ବିଜେଡିର ୨୫ ବର୍ଷ ପୂର୍ତ୍ତିରେ ୨୦୨୪ ପାଇଁ କି ସଂକେତ ଦେଲେ ନବୀନ ?

ପୁରୀ: ଶଙ୍ଖକ୍ଷେତ୍ର ପୁରୀରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଦଳର ୨୫ ବର୍ଷ ପୂର୍ତ୍ତିରେ ବିଜେଡି ପୁରୀର ତାଳବଣିଆରେ ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରିଥିବା ବେଳେ ନବୀନ ଦେଇଛନ୍ତି ଗୁରୁମନ୍ତ୍ର । ଓଡ଼ିଶା, ଓଡ଼ିଶାବାସୀଙ୍କ ପାଇଁ ବିଜେଡି ଲଢ଼ୁଛି, ଆଗକୁ ଲଢ଼ିବ ବୋଲି ନବୀନ କହିବା ସହ ଲୋକଙ୍କ ସହ ଯୋଡ଼ି ହୋଇ ଲୋକଙ୍କ ପାଇଁ କାମ କରିବାକୁ ଦଳୀୟ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେବଳ ୨୫ ବର୍ଷ ନୁହେଁ ଆଗାମୀ ୫୦ ଏପରିକି ୧୦୦ ବର୍ଷ ପାଇଁ ଦଳ ରାଜ୍ୟ ପାଇଁ କାମ କରିବ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ରୌପ୍ୟ ଜୟନ୍ତୀ ଉତ୍ସବରେ ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ, ପରମ୍ପରା ଓ ବିଜୁବାବୁଙ୍କୁ ଆଦର୍ଶ ରକ୍ଷା କରି ଦଳ କାମ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।

ବିଜେଡି ଏକ ରାଜନୈତିକ ଦଳ ନୁହେଁ ସାମାଜିକ ଆନ୍ଦୋଳନ । ରାଷ୍ଟ୍ରୀୟ ଦଳର ନଜର କେବଳ ଭୋଟ୍ । ସେମାନେ ଆସିବେ ଭୋଟ୍ ପାଇ ଭୁଲିଯିବେ । ବିଜେଡି ଲୋକଙ୍କ ସହ ଅଛି, ଲୋକଙ୍କ ସହ ରହିବ, ଲୋକଙ୍କ ପାଇଁ କାମ କରିବ ବୋଲି କହିଛନ୍ତି ବିଜେଡି ନେତା ।

ରୌପ୍ୟ ଜୟନ୍ତୀ ଅବସରରେ ବିଜେଡି ପୁରୀରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ପୁରୀ ବିଜେପି ବିଧାୟକ କହିଛନ୍ତି ସବୁ ବାହାସ୍ଫୋଟ, ଲୋକ ସବୁ ବୁଝିଲେଣି । ମୋହନ ମାଝୀ କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଦଳ ହେଲେ ବି କେବେ ଓଡ଼ିଶା ପ୍ରତି ଅବହେଳା କରି ନାହିଁ । ବିଜେପି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇ ପଡ଼ିଥିବା ଅଭିଯୋଗ କରି ସତ୍ୟାଗ୍ରହ କରିଛି ।

Leave A Reply

Your email address will not be published.