Latest Odisha News

BREAKING NEWS

ସିଲିଣ୍ଡର୍ ଫାଟି ଅଗ୍ନିକାଣ୍ଡ, ମାଆ-ଝିଅ ଜଳିଗଲେ

ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନର ଗୋଡ଼ିପାଟଣା ଗାଁ’ରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଜଳିଯାଇଛନ୍ତି ।

ଘଟଣାରୁ ପ୍ରକାଶ, ଗୋଡ଼ିପାଟଣା ଗ୍ରାମର ଦୁର୍ଯ୍ୟୋଧନ ପୋଥାଳଙ୍କ ରୋଷେଇ ଘରେ ଏହି ମର୍ମନ୍ତୁଦ ଗ୍ୟାସ ଅଗ୍ନିକାଣ୍ଡ ଘଟିଛି । ସକାଳେ ରୋଷେଇଘରେ ଗ୍ୟାସ ଲିକ୍ କରି ନିଆଁ ଲାଗି ଯାଇଥିଲା ।

ପରେ ଏହି ନିଆଁ ଲାଗିଯିବାରୁ ଗ୍ୟାସ ସିଲିଣ୍ଡରଟି ବିସ୍ଫୋରଣ ଘଟିବାରୁ ଦୁର୍ଯ୍ୟୋଧନଙ୍କ ପତ୍ନୀ ମମତା ଓ ତାଙ୍କ ଝିଅ ଜ୍ୟୋତ୍ସ୍ନା ପୋଥାଳ ନିଆଁରେ ସମ୍ପୂର୍ଣ୍ଣ ଜଳିଯିବାରୁ ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଛି ।

ପତ୍ନୀ ଓ ଝିଅଙ୍କୁ ଉଦ୍ଧାର କରିବାକୁ ଯାଇ ଦୁର୍ଯ୍ୟୋଧନ ଏବଂ ତାଙ୍କର ପୁଅ ଶିବ ପୋଥାଳ ମଧ୍ୟ ଜଳି ଯାଇ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଆହତ ବ୍ୟକ୍ତିମାନଙ୍କୁ ପାଖ ପଡ଼ୋଶୀମାନେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବରପାଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.